‘ଫ୍ରଡ ସଇୟାଁ’ର ପ୍ରଥମ ପୋଷ୍ଟର ରିଲିଜ୍, ବର ବେଶରେ ହସୁଥିବାର ନଜର ଆସିଲେ ଅରଶଦ ବାର୍ସୀ ।
ବଲିଉଡ ଅଭିନେତା ଅରଶଦ ବାର୍ସୀଙ୍କ ଆଗାମୀ ଫିଲ୍ମ ‘ଫ୍ରଡ ସଇୟାଁ’ର ପ୍ରଥମ ପୋଷ୍ଟରକୁ କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ରିଲିଜ କରାଯାଇଥିବା ପୋଷ୍ଟରରେ ଅରଶଦ ବର ଭାବେ ନଜର ଆସିଛନ୍ତି । ଏହା ସହିତ ପୋଷ୍ଟଟରରେ ଅରଶଦଙ୍କ ପଛରେ ଠିଆ ହୋଇ ବଧୂମାନେ ତାଙ୍କୁ ଟାଣୁଥିବାର ଦେଖିବାକୁ ମିଳିଛି । ପୋଷ୍ଟର ଅରଶଦଙ୍କ ନିକଟରେ ବଲିଉଡ ଅଭିନେତା ସୌରଭ ଶୁକ୍ଲା ବସିଥିବାର ନଜର ଆସିଛି । ପୋଷ୍ଟର ଏବଂ ଫିଲ୍ମର ନାମରୁ ସ୍ପଷ୍ଟ ହେଉଛି ଯେ ଅରଶଦ ବର ହୋଇ ବଧୂମାନଙ୍କୁ ଲୁଟୁଥିବାର ଫିଲ୍ମରେ ନିଜର ଆସିବେ । ଏହା ସହିତ ଫିଲ୍ମରେ ପୋଷ୍ଟରରେ ଲେଖା ହୋଇଛି ‘ସାରେ ମର୍ଦ କୁତ୍ତେ ନହିଁ ହେ’ ।
Khelta hai yeh game, #FraudSaiyaan hai iska name. Releasing on 18th Jan! @ArshadWarsi @saurabhshukla_s @saraloren101 @ElliAvrRam @Flora_Saini @prakashjha27 @PJP_Online @dishajha @KanishkGangwal @tipsofficial @studiolink pic.twitter.com/LtgStdPOUx
— FraudSaiyaan (@FraudSaiyaan) December 6, 2018
ଏହି ଫିଲ୍ମକୁ ପ୍ରକାଶ ଝା ପ୍ରଡ୍ୟୁସ କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେଉୁଛନ୍ତି ସୌରଭ ଶ୍ରୀବାସ୍ତବ । ଫିଲ୍ମରେ ଅରଶଦ ବର୍ସୀ ଏବଂ ସୌରଭ ଶ୍ରୀବାସ୍ତବଙ୍କ ବ୍ୟତିତ ସାରା ଲୋରେନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୧୮ ଜାନୁଆରୀରେ ୨୦୧୯ରେ ରିଲିଜ ହେବ ।