Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ୨ଟି ଭିନ୍ନସ୍ୱାଦର ଚଳଚ୍ଚିତ୍ର, ପରମାଣୁ ଏବଂ ବାଇସ୍କୋପବାଲା

Bollywoodlife
0 48

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ୨ଟି ଭିନ୍ନସ୍ୱାଦର ଚଳଚ୍ଚିତ୍ର । ବହୁ ବାଦ ବିବାଦ ପରେ ଶେଷରେ ରିଲିଜ୍ ହୋଇଛି ଜନ୍ ଆବ୍ରାହମଙ୍କ ଫିଲ୍ମ ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନ୍ । ସିନେମାଟି ଏକ ସତ କାହାଣୀକୁ ନେଇ ଗତିଶୀଳ ହୋଇଛି । ସେହିପରି ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ବାଇସ୍କୋପବାଲା । ଏହି ଦୁଇଟି ସିନେମାକୁ ନେଇ ଏ ସପ୍ତାହର ବକ୍ସ ଅଫିସରେ ହେବାକୁ ଯାଉଛି ଜୋର ଦାର ଟକ୍କର ।

ଫିଲ୍ମ ପରମାଣୁ – ଦ ଷ୍ଟୋରି ଅଫ୍ ପୋଖରନ୍ ଭାରତୀୟ ସେନା ଉପରେ ଆଧାରିତ ଏକ ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଫିଲ୍ମର କାହାଣୀ ଭାରତର ପ୍ରଥମ ପରମାଣୁ ଶକ୍ତି ପରିକ୍ଷଣ ଉପରେ ଆଧାରିତ ହୋଇଛି । ଅନ୍ୟ ଦେଶ ଗୁଡିକ ପରମାଣୁ ଶକ୍ତିକୁ ପ୍ରାଧାନ୍ୟ ଦେଉଥିଲେ, ଆଉ ଭାରତ ଏସବୁର ବହୁ ପଛରେ ଥିଲା । ମାତ୍ର ଗୋଟିଏ ସମୟ ଆସିଲା ବିନା କାହାକୁ ଜଣାଇ ଭାରତ ପରମାଣୁ ଶକ୍ତି ବୃଦ୍ଧି କରିବା ଦିଗରେ କାମ କରିବା ଆରମ୍ଭ କରେ । ଚଳଚ୍ଚିତ୍ର ପରମାଣୁରେ ଲିଡ୍ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଜନ୍ ଆବ୍ରାହମ ଓ ଅଭିନେତ୍ରୀ ଡାଏନା ପେଂଟି । ଭାରତୀୟ ସେନା ନିକଟରେ ଯେତେବେଳେ ପ୍ରଥମ ନ୍ୟୁକ୍ଲିଅର୍ ବମ୍ ଆସେ ଏବଂ ଏହାର ପରିକ୍ଷଣ ହୁଏ କଣ ସବୁ ଘଟିଥିଲା, ସେହି କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନ୍ । ଜେଏ ଏଂଟରଟେନମେଂଟ୍ ଏବଂ କ୍ରଆଜ୍ ଏଂଟରଟେନମେଂଟ୍ ମିଳିତ ଭାବେ ଏହି ସିନେମା ପ୍ରସ୍ତୁତ କରିଛନ୍ତି । ଯାହାକୁ ନେଇ ଅନେକ ବିବାଦ ଆଗରୁ ଦେଖିବାକୁ ମିଳିଛି । ଫିଲ୍ମର ପ୍ରଯୋଜନା କରିଛନ୍ତି ଅଭିନେତା ଜନ୍ ଆବ୍ରାହମ ଓ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଶର୍ମା । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସଚିନ୍ – ଜିଗର ଓ ଜୀତ୍ ଗାଙ୍ଗୁଲି । ବେଶ ମନଛୁଆଁ ଗୀତ ବି ସ୍ଥାନ ପାଇଛି ଚଳଚ୍ଚିତ୍ର ପରମାଣୁରେ ।

ଅନ୍ୟପଟେ ବଲିଉଡ୍ ମୁଭି ବାଇସ୍କୋପବାଲା ବି ପରଦାକୁ ଆସିଛି । ଫିଲ୍ମରେ ଅଭିନେତା ଡାନିଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳଛି । ଜଣେ ଯୁବତୀ ନିଜ ମୃତ ବାପାଙ୍କ ପୁରୁଣା ବନ୍ଧୁର ତଲାସ କରେ । ଯିଏ କି ପିଲାଦିନେ ବାଇସ୍କୋପବାଲା ହୋଇ ଛୋଟ ପିଲାଙ୍କ ମନୋରଂଜନ କରୁଥିଲା । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ପ୍ରେମ କାହାଣୀକୁ ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ଫିଲ୍ମର କାହାଣୀ, ସ୍କ୍ରିନ୍ ପ୍ଲେ ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦେବ ମେଢକର । ଫିଲ୍ମରେ ଡାନି, ଗୀତାଂଜଳି ଥାପ୍ପା, ଆଦିଲ୍ ହୁସୈନ୍, ଟିସ୍କା ଚୋପ୍ରା ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More