Only for Entertainment

ଏହି ଦିନ ରିଲିଜ ହେବ ହିନା ଖାନଙ୍କ ଫିଲ୍ମ ‘ହ୍ୟାକ୍ଡ’, ଗ୍ଲାମରସ ଭୂମିକାରେ ଆସିବେ ନଜର

Eastern Eye
16

ଅଭିନେତ୍ରୀ ହିନା ଖାନଙ୍କ ଆଗାମୀ ଫିଲ୍ମ ‘ହ୍ୟାକ୍ଡ’ର ସୁଟିଂ ନିକଟରେ ପୂରା ହୋଇଛି । ଫିଲ୍ମ ଏବେ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇସାରିଛି । ଫିଲ୍ମ ୩୧ ଜାନୁଆରୀ ୨୦୨୦ରେ ରିଲିଜ ହେବ । ହିନା ଖାନଙ୍କ ଏହି ଫିଲ୍ମକୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେବେ । ଫିଲ୍ମରେ ଡିଜିଟାଲ ଏବଂ ସୋସିଆଲ ମିଡିଆର ନେଗେଟିଭ ସାଇଟ୍ ଦେଖିବାକୁ ମିଳିବ ।

ଫିଲ୍ମରେ ସାଇବର କ୍ରାଇମ ଉପରେ ଆଧାରିତ । ଏହା ସହିତ ଫିଲ୍ମରେ ଚେତାବନୀ ଦିଆଯାଇଛି ଯେ, ସୋସିଆଲ ମିଡିଆରେ ନିଜର ଛୋଟ ବଡ ଖବର ସେୟାର କରିବା କେତେ ହାନିକାରକ ହୋଇପାରେ ।

ଫିଲ୍ମରେ ହିନା ଖାନ ଏକ ଫ୍ୟାସନ ମ୍ୟାଗାଜିନର ସମ୍ପାଦକ ଭାବେ ନଜର ଆସିବେ । ଫିଲ୍ମରେ ହିନା ଖାନଙ୍କ ଭୂମିକା ଖୁବ ଗ୍ଲାମରସ ରହିଛି । ଫିଲ୍ମରେ ହୀନା କାନଙ୍କ ବ୍ୟତିତ ରୋହନ ଶାହ, ମୋହିତ ମଲହୋତ୍ରା ଏବଂ ସିଡ ମକ୍କଡଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମକୁ ଅମର ପି. ଠକ୍କର ଏବଂ କୃଷ୍ଣା ଭଟ୍ଟ ପ୍ରଡ୍ୟୁସ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More