Only for Entertainment

ରିଲିଜ୍ ହେଲା ବଲିଉଡ୍ କମେଡି ଫିଲ୍ମ ‘ହାପି ଫିର୍ ଭାଗ ଜାଏଗି’ ।

jansatta
0 30

ମୁକ୍ତିଲାଭ କଲା ବଲିଉଡ୍ କମେଡି ଫିଲ୍ମ ‘ହାପି ଫିର୍ ଭାଗ ଜାଏଗି’ । ଫିଲ୍ମଟି ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ହାପି ଭାଗ ଜାଏଗିର ସିକ୍ୱେଲ୍ । ଏଥର ହରପିତ୍ ବା ହାପି ଚରିତ୍ରରେ ନଜର ଆସିଛନ୍ତି ବଲିଉଡ୍ ସୁନ୍ଦରୀ ସୋନାକ୍ଷୀ ସିହ୍ନା । ଅଭିନେତ୍ରୀ ଡାଏନା ପେଂଟି ପ୍ରଥମ ଭାଗରେ ହାପି ଚରିତ୍ରରେ ନଜର ଆସିଥିବାବେଳେ ଏଥର ସୋନାକ୍ଷୀ ସିହ୍ନାଙ୍କର ଏଂଟ୍ରି ହୋଇଛି । ଆଉ ଉଭୟ ନାୟିକା ଫିଲ୍ମରେ ହରପିତ୍ କୌର୍ ଓରଫ ହାପି ଚରିତ୍ରରେ ନଜର ଆସିଛନ୍ତି । ଆଉ ଦୁଇ ଦୁଇ ଜଣ ହାପିଙ୍କୁ ନେଇ କାହାଣୀରେ ରହିଛି ଢେର୍ କନ୍ଫ୍ୟୁଜନ୍ । ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତିତ ପଂଜାବି ଷ୍ଟାର ଜଶି ଗିଲଙ୍କର ମଧ୍ୟ ଅଭିନୟ ସ୍ଥାନ ପାଇଛି ।

ଏହାଛଡା ପ୍ରଥମ ଭାଗରେ ନଜର ଆସିଥିବା ଅଭିନେତା ଜିମି ସରଗିଲ୍, ପିୟୁଶ୍ ମିଶ୍ରା, ଡାଏନା ପେଂଟି ଏବଂ ଅଲ୍ଲି ଫୈଜଲଙ୍କୁ ଦେଖିବାକୁ ମିଳିଛି ଏହି ସିକ୍ୱେଲ୍ ସିନେମାରେ । ଏମାନଙ୍କ ବ୍ୟତୀତ ଅପରିକ୍ଷୀତ୍ ଖୁାରାନା, ଦୀପିକା କକ୍କର୍, ଜାଶୋନ୍ ଥାମ୍ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଆନନ୍ଦ ଏଲ୍ ରୟ ଏବଂ କ୍ରିଷିକା ଲୁଲ୍ଲାଙ୍କ ପ୍ରଯୋଜନାରେ ହାପି ଫିର୍ ଭାଗ ଯାଏଗାର ନିର୍ଦ୍ଦେଶନା ଦେଇଛନ୍ତି ମୁଦ୍ଦାଶର୍ ଅଜିଜ୍ । ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ସୋହେଲ୍ ସୈନ୍ । ଜବରଦସ୍ତ ଫନି କାହାଣୀ ସହ ମନଛୁଆଁ ଗୀତ ବି ଶୁଣିବାକୁ ମିଳିଛି । ୫ଟି ଭିନ୍ନ ସ୍ୱାଦର ଗୀତ ଶୁଣିବାକୁ ମିଳିଛି ଏହି ଫିଲ୍ମରେ । ଏବେ ଦେଖିବାକୁ ବାକି ରହିଲା, ପ୍ରଥମ ଭାଗ ପରି ଏହି ସିକ୍ୱେଲ୍ ସିନେମାକୁ ଦର୍ଶକ ପସନ୍ଦ କରୁଛନ୍ତି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More