Only for Entertainment

ଘୁଂଚିଲା କାଜୋଲଙ୍କ ଫିଲ୍ମର ରିଲିଜ୍ ଡେଟ୍ ।

The Indian Express
0 39

୯୦ ଦଶକର ଲୋକପ୍ରିୟ ନାୟିକା କଜୋଲ୍ଙ୍କୁ ଖୁବଶୀଘ୍ର ଫ୍ୟାମିଲି ଡ୍ରାମା ଫିଲ୍ମ ‘ହେଲିକପ୍ଟର ଈଲା’ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଜଣେ ସିଙ୍ଗଲ୍ ମଦର୍ ଭୂମିକାରେ ନଜର ଆସିବେ କାଜୋଲ୍ । ଫିଲ୍ମରେ କାଜୋଲଙ୍କ ଟିନ୍ ଏଜ୍ ପୁଅ ଚରିତ୍ରରେ ନଜର ଆସିବେ ଜାତୀୟ ସମ୍ମାନ ପ୍ରାପ୍ତ ଅଭିନେତା ରିଦ୍ଧି ସେନ୍ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ ସରକାର ଆଉ ପ୍ରଡ୍ୟୁସ୍ କରିଛନ୍ତି ଅଜୟ ଦେବଗନ୍, ଧବଲ୍ ଜୟନ୍ତିଲାଲ୍ ଗାଡା ଓ ଅକ୍ଷୟ ଜୟନ୍ତିଲାଲ୍ ଗାଡା ।

ଫିଲ୍ମଟି ୭ ସେପ୍ଟେମ୍ବରରେ ରିଲିଜ୍ ହେବାକୁ ଥିଲା । ହେଲେ ମିଳିଥିବା ସୂଚନା ଅନୁଯାୟୀ ଏହି ସିନେମାର ରିଲିଜ୍ ତାରିଖ ଗୋଟିଏ ମାସ ଯାଏଁ ଘୁଂଚା ଦିଆ ଯାଇଛି । ଆଉ ଏବେ ଏହି ସିନେମାଟି ଅକ୍ଟୋବର୍ ୧୨ ତାରିଖରେ ମୁକ୍ତିଲାଭ କରିବ । ଫିଲ୍ମର ନିର୍ଦ୍ଦେଶକ ପ୍ରଦୀପ ସରକାର ଡେଙ୍ଗୁ ରୋଗରେ ପଡିତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଆଉ ତାଙ୍କ ଖରାପ ସ୍ୱାସ୍ଥ୍ୟକୁ ନଜରରେ ରଖି ମେକର୍ ଏହାର ରିଲିଜ୍ ତାରିଖ ଘୁଂଚାଇ ଦେଇଛନ୍ତି । ଏମିତି କି ଫିଲ୍ମର ଶେଷ ସିନ ସୁଟ୍ କରିବା ସମୟରେ ମଧ୍ୟ ନିର୍ଦ୍ଦେଶକ ପ୍ରଦୀପ ଡେଙ୍ଗୁରେ ପିଡିତ ଥିଲେ ।

ଏହା ସତ୍ୱେ ବି ସେ ଶେଷ ଦୃଶ୍ୟର ସୁଟିଂ ଶେଷ କରିଥିଲେ । ଆଉ ସୁଟିଂ ଶେଷ କରିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା । ଆଉ ଯାହାକୁ ନେଇ ପୋଷ୍ଟ- ପ୍ରଡକ୍ସନ୍ କାମ ମଧ୍ୟ ଅଟକି ଯାଇଛି । ତେବେ ପ୍ରଯୋଜକ ଅଜୟ ଦେବଗନ୍ ମଧ୍ୟ ଚାହୁଁ ନାହାଁନ୍ତି ପୋଷ୍ଟ ପ୍ରଡକ୍ସନ୍ କାମ ନିର୍ଦ୍ଦେଶକଙ୍କ ବିନା ଆଗଉ ବୋଲି । ଯାହାକୁ ନେଇ ସିନେମାର ରିଲିଜ୍ ତାରିଖକୁ ପୋଷ୍ଟପୋନ୍ କରାଯାଇଛି । ଏବେ ୭ ସେପ୍ଟେମ୍ବର ବଦଳରେ ୧୨ ଅକ୍ଟୋବରରେ ରିଲିଜ୍ ହେବା ଚଳଚ୍ଚିତ୍ର ହେଲିକପ୍ଟର୍ ଈଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More