Only for Entertainment

ବିଦେଶରେ ଚିକିତ୍ସା ସାରି ଭରତ ଫେରିଲେ ଇରଫାନ୍ ଖାନ୍, ଆରମ୍ଭ କରିବେ ଫିଲ୍ମର ସୁଟିଂ

43

ଅଭିନେତା ଇଫ୍ରାନ୍‌ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଇଫ୍ରାନ ବିଦେଶରୁ ନିଜର କର୍କଟ ଚିକିତ୍ସା ସାରି ଏବେ ଭାରତ ଫେରିଛନ୍ତି। ସେ ଏବେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେ ଖୁବ୍‌ ଶୀଘ୍ର ନିଜର ଆମାଗୀ ଚଳଚ୍ଚିତ୍ର ସୁଟିଂ କରିବେ ବୋଲି ଖବର ହସ୍ତଗତ ହୋଇଛି।

 

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଇଫ୍ରାନଙ୍କର ଇଚ୍ଛା ଥିଲା କି ସେ ବିଦେଶରୁ ଫେରିବା ମାତ୍ରେ ଚଳଚ୍ଚିତ୍ର ସୁଟିଂ ଆରମ୍ଭ କରିବେ। ଏଥିପାଇଁ ସେ ଆଗ ‘ହିନ୍ଦି ମିଡିୟମ୍‌’ ଚଳଚ୍ଚିତ୍ରର ସିକ୍ୟୁଏଲ୍‌ ସୁଟିଂ ୟାଭିତରେ ଆରମ୍ଭ କରିବାର ଯୋଜନା କରିଛନ୍ତି। ଏହି ଚଳଚ୍ଚିତ୍ରଟି ତାଙ୍କ ହୋମ୍‌ ପ୍ରଡ୍‌କ୍ସନର ଚଳଚ୍ଚିତ୍ର। କିଛି ଦିନ ତଳେ ଏହି ଚଳଚ୍ଚିତ୍ରର ନିର୍ମାତା ଲଣ୍ଡନ ଯାଇ ଇଫ୍ରାନଙ୍କୁ ଭେଟିଥିଲେ।

ଖବରରୁ ଜାଣିବାକୁ ମିଳିଛି ଯେ ଏବେ ପରିସ୍ଥିତିରେ ଇଫ୍ରାନ ଗୋଟିଏ ଚଳଚ୍ଚିତ୍ରରୁ ବେଶି ଚଳଚ୍ଚିତ୍ର କରିବେ ନାହିଁ। ତାଙ୍କୁ ଏବେ ଆରାମ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗତବର୍ଷ ଇଫ୍ରାନ୍‌ କର୍କଟ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ। କେବଳ ଦୀପାବଳୀ ସମୟରେ ଥରେ ଭାରତ ଆସିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More