ସୁଟିଂ ସେଟରେ ଇରଫାନଙ୍କୁ ଆଖୁ ଖାଉଥିବାର ଦେଖି ଚିନ୍ତାରେ ପଡ଼ିଲେ ନିର୍ଦ୍ଦେଶକ ହୋମି ।
ଆକ୍ଟର ଇରଫାନ ଖାନ ଏବେ ରାଜସ୍ଥାନରେ ଫିଲ୍ମ ଅଂଗ୍ରେଜି ମିଡିୟମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଇରଫାନ ସୁଟିଂ ଅପେକ୍ଷା ଆଖୁ ଖାଉଥିବାରେ ଅଧିକ ବ୍ୟସ୍ତ ଥିବା ନଜର ଆସିଛି । ଇରଫାନ ସୁଟିଂ ସେଟର ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ଇରଫାନଙ୍କୁ ନିର୍ଦ୍ଦେଶକ ହୋମି ଅଦଜାନିୟା ଫିଲ୍ମର ଚରିତ୍ର ବିଷୟରେ ବୁଝାଇବାକୁ ଚେଷ୍ଟା କରୁଛନ୍ତି , କିନ୍ତୁ ଇରଫାନ ଆଖୁ ଖାଇବାରେ ବ୍ୟସ୍ତ ।
#angrezimedium @MaddockFilms #shootlife #gannajuice #gannachoos #actortryingtowork #lifeisbeautiful #Ateam
? @harjeetaulakh pic.twitter.com/IPzMg5Mf67— Irrfan (@irrfank) April 22, 2019
ସୁଟିଂ ସେଟରେ ଇରଫାନ ଏବଂ ନିର୍ଦ୍ଦେଶକ ହୋମି ମସ୍ତି କରୁଥିବାର ନଜର ଆସିଛନ୍ତି । ଅବଶ୍ୟ ଫଟୋରେ ଇରଫାନ ଫିଲ୍ମର ଚରିତ୍ର ପୋଷାକରେ ନଜର ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ଦୁଇଜଣଙ୍କର କେତେକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ଖାସ ବଣ୍ଡିଂ ଥିବା ନଜର ଆସିଛି ।
କହିରଖୁଛୁଯେ କର୍କଟ ରୋଗରୁ ଭଲ ହୋଇ ଫେରିବା ପରେ ଇରଫାନ ସୁଟିଂକୁ ଫେରିଛନ୍ତି । ଇରଫାନଙ୍କ ପ୍ରଥମ ସଟରେ ପୂରା ଟିମ ଇମୋଶନାଲ ହୋଇ ଯାଇଥିଲା । ଏହି ଫିଲ୍ମ ପୂର୍ବରୁ ଇରଫାନ ଲଣ୍ଡନରେ ଚିକିତ୍ସିତ ହେଉଥିଲେ ।