Only for Entertainment

‘ଝୁଠା କହିଁ କା’ର ଟ୍ରେଲରରେ ଧମାଲ ମଚାଇଲେ ଋଷି କପୂର, ହସି ହସି ବେଦମ ହେବାକୁ ହୋଇଯାଆନ୍ତୁ ପ୍ରସ୍ତୁତ !

36

ଝୁଠା କହିଁକା ଫିଲ୍ମରେ ଲମ୍ବା ସମୟ ପରେ ନଜର ଆସିବାକୁ ଯାଉଛନ୍ତି ଋଷି କପୂର ଏବଂ ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ଟ୍ରେଲରରେ ଦେଖିବାକୁ ମିଳିଛି ଜବରଦସ୍ତ କମେଡି, ଯେଉଁଥିରେ ଋଷି କପୂରଙ୍କ ବ୍ୟତୀତ ଜିମି ସେରଗିଲ, ଓଁକାର କପୂର ଏବଂ ସନି ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର କାହାଣୀରେ ଢେରସାରା କମେଡିର ତଡକା ଏବଂ ଦେଖିବାକୁ ମିଳିବ ଅନେକ ମିଛ । ଏହିକାରଣରୁ ଫିଲ୍ମର ଟାଇଟଲ ଏକଦମ ପରଫେକ୍ଟ ବୋଲି ନଜର ଆସିଛି ।

ଅନେକ ଦିନ ପରେ ଋଷି କପୂର କମବ୍ୟାକ କରିଛନ୍ତି ଏହି ଫିଲ୍ମ ଜରିଆରେ , ଯାହା ଫ୍ୟାନ୍ସମାନଙ୍କ ପାଇଁ ଉପହାର ଠାରୁ କିଛି କମ ନୁହେଁ । ଅନେକ ଦିନ ଧରି ଋଷି କପୂର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ । ଏହାପରେ ସେ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମଟି ଏଭଳି ହୋଇଛି ଯାହା ଆପଣଙ୍କୁ ହସାଇବାକୁ ବାଧ୍ୟ କରିଦେବ । ଭରପୂର କମେଡିର ତଡକା ନେଇ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବା ପାଇଁ ଆସୁଛି ଏହି ଫିଲ୍ମ ।

ଟ୍ରେଲରରେ ଗୀତର ଏକ ଝଲକରେ ସନି ଲିଓନ ମରମେଡ ଲୁକରେ ନଜର ଆସିଛନ୍ତି । ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି ୟୋ ୟୋ ହନି ସିଂ । ସମୀପ କାଂଗଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୯ଜୁଲାଇରେ ରିଲିଜ ହେବ । ଏହାପୁର୍ବରୁ ମାର୍ଚ୍ଚ ୧୫ରେ ଏହି ଫିଲ୍ମ ରିଲିଜ ହେବାକୁ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More