ସଲମାନଙ୍କୁ ନେଇ କଙ୍ଗନାଙ୍କ ଭଉଣୀଙ୍କ ବେକାବୁ କଥା ।
ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ସବୁବେଳେ ନିଜ କଡ଼ା କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏହି ଥର କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚର୍ଚ୍ଚାକୁ ଆସି ଯାଇଛନ୍ତି । ତାଙ୍କ ଭଉଣୀ ରଙ୍ଗୋଲୀ ସୋସିଆଲ ମିଡିଆ ମାଧ୍ୟମରେ ତାରକାଙ୍କୁ କଡ଼ା କଥା ନ ଶୁଣାଇ ଛାଡ଼ୁ ନାହାଁନ୍ତି । ଏବେ ନିକଟରେ ତାଙ୍କ ଲକ୍ଷରୁ ବଂଚି ପାରିନାହାଁନ୍ତି ଫିଲ୍ମ ନିର୍ମାତା କରଣ ଜୋହର । ଦୀର୍ଘ ଦିନ ଧରି କଙ୍ଗନା ଏବଂ କରଣଙ୍କ ମଧ୍ୟରେ ବିବାଦ ଚାଲି ଆସିଛି । ନେପୋଟିଜମରୁ ଆରମ୍ଭ ହୋଇଥିବା ଏହି ଝଗଡ଼ା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଧାନନ୍ତ୍ରୀଙ୍କ ଶପଥ ଗ୍ରହଣ ଦିନ ଦୁଇ ଜଣଙ୍କୁ ଗୋଟିଏ ଫ୍ରେମରେ ଦେଖି ଲାଗୁଥିଲାଯେ ସବୁକିଛି ଠିକ ହୋଇଯିବ । କିନ୍ତୁ ଏବେ ରଙ୍ଗୋଲୀଙ୍କ କମେଂଟ ଦେଖି ଜଣାପଡ଼ୁଛି ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବିଗିଡ଼ି ଯାଇଛି ।
Bolly industry Salman Khan ki chaploosi mein jut chuki hai, KJO is leading the chaploosi pack, humko bhi seekhna hai yaar peeche se chugali aur saamne chaapalusi yeh kaise hota hai ?
— Rangoli Chandel (@Rangoli_A) June 5, 2019
ରଙ୍ଗୋଲୀ ଟ୍ୱିଟ କରି ଲେଖିଛନ୍ତି ବଲିଉଡ ଇଣ୍ଡଷ୍ଟ୍ରି ସଲମାନଙ୍କ ଚାମଚାଗିରୀ କରୁଛି । କରଣ ଜୋହର ଏହି ଚାମଚଗିରୀ ପ୍ୟାକକୁ ଲିଡ କରୁଛନ୍ତି । ପଛରେ ଚୁଗୁଲି ଏବଂ ସାମ୍ନାରେ ଚାମଚାଗିରୀ କିଭଳି କରାଯାଏ ଆମକୁ ଶିଖିବାକୁ ହେବ ।
କହିରଖୁଛୁଯେ ସଲମାନଙ୍କ ଫିଲ୍ମ ଭାରତ ଗତକାଲି ଇଦ ଉପଲକ୍ଷେ ରିଲିଜ ହୋଇଛି ।