Only for Entertainment

ଜନ୍ମଦିନ ପୂର୍ବରୁ ମୌନବ୍ରତ ରଖିବେ ବଲିଉଡ କୁଇନ କଙ୍ଗନା । ଜାଣନ୍ତୁ କାହିଁକି ।

bollywood tadka
22

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ଅଧିକାଂଶ ସମୟରେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ ତିନି ମାସ ହେବ ସେ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସି ଯାଉଛନ୍ତି । ଖବର ମୁତାବକ କଙ୍ଗନା ୧୦ ଦିନ ହେବ ମୌନବ୍ରତ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ କଙ୍ଗନା ଖାସ ମେଡିଟେସନ ପାଇଁ କୋୟମ୍ବଟୁର ଯାଉଛନ୍ତି ।

ଏହି ବିଷୟରେ କଥା ହେବା ସମୟରେ କଙ୍ଗନା କହିଛନ୍ତିଯେ ମୁଁ ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛି ତାହା ଖୁବ ଆଡ଼ଭାନ୍ସ । ଦୀର୍ଘ ସମୟ ଧରି ଏହା କରିବାକୁ ମୁଁ ଚିନ୍ତା କରୁଥିଲି କିନ୍ତୁ ଜନ୍ମଦିନର ଠିକ ୧୦ ଦିନ ପୂର୍ବରୁ ଏହା ସମ୍ଭବ ହେଲା । କହିରଖୁଛୁଯେ କଙ୍ଗନା ୨୩ ମାର୍ଚ୍ଚକୁ ତାଙ୍କର ୩୨ ତମ ଜନ୍ମଦିନ ପାଳନ କରିବେ । ଏହା ସହିତ ସେ କହିଛନ୍ତିଯେ ମୌନବ୍ରତ ରଖିବା ଏକ ବଡ଼ କମିଟମେଂଟ । ଏହା ମୋ ପାଇଁ ସବୁଠାରୁ ବଡ଼ ଜନ୍ମଦିନ ଉପହାର ହେବ ।

କଙ୍ଗନା ପ୍ରତିଦିନ ଯୋଗ କରନ୍ତି । ତେବେ କୋୟମ୍ବଟୁର ଯାଇ ସେ ସମସ୍ତ ଜରୁରୀ ଯୋଗ ଭଙ୍ଗୀ ଶିଖି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More