Only for Entertainment

ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ ବର୍ଥଡେ ଗର୍ଲ କଙ୍ଗନା ରନୌତ ।

bollywood tadka
34

ଜନ୍ମଦିନରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ତାଙ୍କ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ଖୁସି ଖବର । ଏହି ଖାସ ସୁଯୋଗରେ କଙ୍ଗନା ନିଶ୍ଚିତ କରିଛନ୍ତିଯେ ସେ ଅଭିନେତ୍ରୀ ଏବଂ ରାଜନୈତିଜ୍ଞ ଜୟଲଳିତାଙ୍କ ଜୀବନୀରେ ଅଭିନୟ କରିବାକୁ ଯାଉଛନ୍ତି । ତାମିଲରେ ଫିଲ୍ମର ନାମ ହେବ ଥଲାଇବି ଏବଂ ହିନ୍ଦୀରେ ଜୟା । ଏହି ଦୁଇ ଭାଷାରେ ଫିଲ୍ମର ନିର୍ଦ୍ଦେଶନା ଦେବେ ବିଜୟ ।

ଦକ୍ଷିଣ ଭାରତରେ ଜଣେ ବଡ଼ ଏବଂ ପ୍ରସିଦ୍ଧ ମହିଳା ଥିଲେ ଜୟଲଳିତା । ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ରାଷ୍ଟ୍ରୀୟ ରାଜନୀତିରେ ନିଜର ଏକ ମୁଖ୍ୟ ଭୂମିକା ରଖିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ଜୟା ଫିଲ୍ମରେ ଅଭିନୟ କରୁଥିଲେ । ୧୫ ବର୍ଷ ବୟସରେ କନ୍ନଡ଼ ଫିଲ୍ମରେ କାମ କରିଥିଲେ । ଏହାପରେ ସେ ତାମିଲ ଫିଲ୍ମରେ କାମ କରିବା ଆରମ୍ଭ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More