Only for Entertainment

ଯେତେବେଳେ ଟ୍ରୋଲର କରୀନାଙ୍କୁ କହିଲେ ‘ଆଂଟି’ , କିଛି ଏଭଳି ଥିଲା ବେବୋଙ୍କ ପ୍ରତିକ୍ରିୟା !

27

ବଲିଉଡ ଅଭିନେତା ଅରବାଜ ଖାନ ୟୁ-ଟ୍ୟୁବରେ କ୍ୱିକ ହିଲ ପିଂଚ ଚାଟ ଶୋ’ ନେଇ ଆସିଛନ୍ତି । ଅସଲରେ , ସୋସିଆଲ ମିଡିଆ କିଛି ଏଭଳି ହୋଇଗଲାଣି, ଯାହା ଦ୍ୱାରା ଫ୍ୟାନ୍ସ ନିଜ ପ୍ରିୟ ବଲିଉଡ ତାରକାଙ୍କ ସହ ଯୋଡି ହୋଇପାରିବେ । ସେହିଭଳି କିଛି ଏଭଳି ୟୁଜର୍ସ ମଧ୍ୟ ଅଛନ୍ତି , ଯେଉଁମାନଙ୍କୁ ଲୋକଙ୍କୁ ଟ୍ରୋଲ କରି ମଜା ଅନୁଭବ କରନ୍ତି , ଯାହା ବଲିଉଡ ଷ୍ଟାରଙ୍କ ଚିନ୍ତାର ବିଷୟ । ବାସ୍ ଏହି ଭଳି ଲୋକଙ୍କ କ୍ଲାସ ନେବା ପାଇଁ ଅରବାଜ ଏହି ଚାଟ ଶୋ’ ଆଣିଛନ୍ତି ।

ନିକଟରେ ଏହି ଶୋ’ର ଟ୍ରେଲର ୟୁ-ଟ୍ୟୁବରେ ରିଲିଜ କରାଯାଇଛି । ଏହି ଟ୍ରେଲରରେ ଏକ ଝଲକ ଦେଖିବାକୁ ମିଳିଛି ଯେ କିଭଳି ଟ୍ରୋଲ୍ସଙ୍କ କମେଂଟ ପଢାଯିବ ଏବଂ ଏହାଉପରେ କିଭଳି ଷ୍ଟାରଙ୍କ ପ୍ରତିକ୍ରିୟା ରହିବ । ସେହିଭଳି କରୀନା ମଧ୍ୟ ଟ୍ରୋଲରଙ୍କ କମେଂଟ ପଢିଥିଲେ । ଟ୍ରୋଲର କରୀନାଙ୍କୁ ଲେଖିଥିଲେ- ଏବେ ଆପଣ ଆଂଟି ହୋଇଗଲେଣି, ଏଭଳି ଛୋଟ ଛୁଆଙ୍କ ଭଳି ବ୍ୟବହାର କରିବା ବନ୍ଦ କର ।

ଏହା ଉପରେ କରୀନା ପ୍ରଥମେ ଖୁବ ହସିଥିଲେ ଏବଂ ଏହାପରେ କହିଥିଲେ ଟ୍ରୋଲର୍ସଙ୍କୁ ଲାଗୁଛି କଳାକାରଙ୍କ ମଧ୍ୟରେ କିଛି ଫିଲିଂ ନାହିଁ । ଏହିଭଳି ମଜାଦାର ପ୍ରତିକ୍ରିୟା ଦେଖିବାକୁ ଚାହୁଁଥିଲେ ଏହି ଶୋ’ର ଟ୍ରେଲର ଦେଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More