Only for Entertainment

କସୌଟିରେ ହେବ ସବୁଠାରୁ ବଡ଼ ଟ୍ୱିଷ୍ଟ, ଜାଣନ୍ତୁ କ’ଣ ରହିଛି ରାଜ୍ ।

aajtak
29

ଏକତା କପୂରଙ୍କ ପ୍ରସିଦ୍ଧ ଟିଭି ଶୋ କସୌଟି ଜିନ୍ଦେଗୀ କେ ଟୁ’ରେ ଆଜି ପର୍ଯ୍ୟନ୍ତ ହୋଇଥିବା ଟ୍ୱିଷ୍ଟ ମଧ୍ୟରୁ ସବୁଠାରୁ ବଡ଼ ଟ୍ୱିଷ୍ଟ ଦେଖିବାର ସୁଯୋଗ ପାଇବେ ଦର୍ଶକ । ହୁଏତ ଏହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଚାଲିଥିବା ଏପିସୋଡ ଅନୁସାରେ କୋମାଲିକାର ସତ୍ୟତା ସମସ୍ତଙ୍କ ସାମ୍ନାକୁ ଆସିଯାଇଛି ଏବଂ ଯାହାର ବଡ଼ ଝଟକା ଲାଗିଛି ଅନୁରାଗଙ୍କ ମା ନିବେଦିତାଙ୍କୁ । ହାଇ ଭୋଲଟେଜ ଡ୍ରାମା ପରେ ଅନୁରାଗ କୋମୋଲିକାକୁ ଘରୁ ବାହାର କରି ଦେଇଛନ୍ତି । ଏହାପରେ ଅନୁରାଗ ଏବଂ ପ୍ରେରଣାଙ୍କ ଜୀବନରେ ଖୁସି ଆସିଯାଇଛି । କିନ୍ତୁ ଏହି ଖୁସି ବହୁ ଦିନ ପର୍ଯ୍ୟନ୍ତ ରହିପାରିନାହିଁ । କୋମୋଲିକା ଏତେ ସହଜରେ ହାର ମାନିନାହିଁ । ସେ ପ୍ରେରଣାକୁ ପୁଣିଥରେ ଟାର୍ଗେଟ କରିବ ।

ବାସ୍ତବରେ ଆଗାମୀ ଏପିସୋଡରେ ଦେଖିବାକୁ ମିଳିବଯେ ଅନୁରାଗ ପ୍ରେରଣାକୁ ପ୍ରପୋଜ କରିବା ପାଇଁ ପ୍ଲାନିଙ୍ଗ କରୁଥିବ ଏବଂ ଶିପରେ ଡେଟ ପ୍ଲାନ ମଧ୍ୟ ଥିବ । ଦୁଇଜଣ ଏକା ସାଙ୍ଗରେ ମୂଲ୍ୟବାନ ସମୟ ବିତାଉଥିବେ । କିନ୍ତୁ ଅପମାନର ପ୍ରତିଶୋଧ ନେବାକୁ ଯାଇ କୋମୋଲିକା ସବୁକିଛି ବିଗାଡ଼ି ଦେବ । କିଛି ସମୟରେ ଅନୁରାଗର ଅନୁପସ୍ଥିତିରେ କୋମୋଲିକା ପ୍ରେରଣାକୁ ଆକ୍ରମଣ କରିବ । ସେ ପ୍ରେରଣାକୁ ଶିପରୁ ତଳକୁ ଧକ୍କା ଦେଇଦେବ ଏବଂ ଅନୁରାଗ ରକ୍ଷା କରିବାକୁ ଯାଇ ମଧ୍ୟ ଅସଫଳ ରହିବ । ଏହାପରେ ପ୍ରେରଣା ଗାୟବ ହୋଇଯିବେ ଏବଂ ସମସ୍ତଙ୍କୁ ଲାଗିବଯେ ସେ ମରିଗଲେ । କିନ୍ତୁ ପରେ ପ୍ରେରଣା ମିଷ୍ଟର ବଜାଜଙ୍କ ସହିତ ଫେରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More