Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

28

ମେଷ: ଆପଣଙ୍କର ମଜାକିଆ ସ୍ବଭାବ ପାଖଆଖର ବାତାବରଣକୁ ମଜାଦାର କରିବ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅଫିସରେ ସିନିୟରଙ୍କ ସହଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ବୃଷ: ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ। କୌଣସି କାମରୁ ଆଶାଠୁଁ ଅଧିକ ଧନଲାଭ ହେବ। ବ୍ୟବସାୟ କାମରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ। ପରିବାରରେ ଖୁସିର ବାତାବରଣ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। ବନ୍ଧୁଙ୍କ ମାଧୢମରେ କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ଚାକିରିରେ ପ୍ରମୋଶନ ମିଳିପାରେ। କାରବାରୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ଶ୍ରୀଗଣେଶ।

କର୍କଟ: ଦିନଟି ଆପଣଙ୍କ ପାଇଁ ଲାଭ ଓ ଉନ୍ନତି ନେଇ ଆସିଛି। ଆପଣଙ୍କ ପ୍ରତିଭା ଅନୁସାରେ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବ। ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ। କୌଣସି ବିଶେଷ କାମରେ ଫାଇଦା ମିଳିପାରେ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ଦାତ୍ୟ ଜୀବନ ପ୍ରୀତିମୟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

କନ୍ୟା: ଦିନଟି ଖୁସି ଭରା ରହିବ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି ବ୍ୟକ୍ତି ବନ୍ଧୁତାର ହାତ ବଢ଼ାଇବେ। ଜୀବନସାଥୀଙ୍କର ଢେ଼ର‌୍‌ସାରା ପ୍ରେମ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆଜି ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। କୌଣସି କାମରୁ ଯଥେଷ୍ଟ ଲାଭ ମିଳିବ। ସମାଜରେ ମାନ ସମ୍ମାନ ପାଇବେ। ଘର କରଣା ସାମଗ୍ରୀ କିଣିବେ। ଛାତ୍ରମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଆପଣ କିଛି ନୂଆ କରି ଦେଖାଇବା ଲାଗି ଯୋଜନା କରିପାରନ୍ତି। ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ। ଜମି କିଣିବା ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ କିଛି ଖୁସି ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଝଗଡ଼ାକୁ ସମାପ୍ତ କରିବାକୁ ଚେଷ୍ଟା କରିବେ ଏବ˚ ସଫଳ ହେବେ। ବ୍ୟବସାୟ ପାଇଁ ଦିନଟି ଭଲ ରହିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ହର ପାର୍ବତୀ।

କୁମ୍ଭ: କୌଣସି ପୁରୁଣା କଥାକୁ ନେଇ ମନ ବିଚଳିତ ରହିପାରେ। ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ମୀନ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଆଜି ଯାହା ବି କାମ କରିବେ ତହିିଁରେ ସଫଳ ହେବେ। କାରବାରରେ କୌଣସି ନୂଆ ସଉଦା ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More