Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

36

ମେଷ: ସକାରାତ୍ମକତାରେ ଭରି ରହିବେ। ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାରୁ ମନ ଖୁସି ହେବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ବ୍ୟବସାୟ ପାଇଁ ନୂଆ ସୁଯୋଗ ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଆଖଣ୍ତଳମଣି।

ବୃଷ: ମନରେ ଦ୍ବନ୍ଦ୍ବ ରହିବ, କିନ୍ତୁ ବ୍ୟବହାର ମଧୁର ରହିବ। ଶତ୍ରୁଙ୍କୁ କ୍ଷମା କରି ଦିଅନ୍ତୁ ଭାଗ୍ୟରେ ଉନ୍ନତି ହେବ। ନୂଆ କାମରେ ଧୀରେଧୀରେ ଗତି ଆସିବ। ବାହନର ଯନ୍ତ୍ରା˚ଶ ମରାମତିରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଚାକିରି ତଲାସରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଢ଼ିଆ ଚାକିରି ମିଳିବ। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

କର୍କଟ: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ପୂର୍ବରୁ କରିଥିବା ପରିଶ୍ରମର ଆପଣଙ୍କୁ ମିଳିବ। ଜରୁରୀ କାମରେ ଯାତ୍ରା କରିପାରନ୍ତି। ଶତ୍ରୁଙ୍କ ଉପରେ ବିଜୟ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ସାହସିକ ଫଇସଲାରେ ଆପଣଙ୍କୁ ସଫଳତା ମିଳିବ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ଅଫିସରେ କୌଣସି ଖୁସି ଖବର ମିଳିବ। କ୍ରିକେଟ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କଟକଚଣ୍ତୀ।

କନ୍ୟା: ଆପଣଙ୍କ ଲାଗି ବଢ଼ିଆ ସମ୍ଭାବନା ରହିଛି। ପରିଶ୍ରମ କରନ୍ତୁ ମିଠା ଫଳ ପାଇବେ। ବ୍ୟବସାୟର ପ୍ରଗତି ଲାଗି ରାସ୍ତା ଉନ୍ମୁକ୍ତ ହେବ। ରାଜନୀତିରେ ଲାଭ ମିଳିବ। ନୂଆ ଘର ତିଆରି ପାଇଁ ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀକୃଷ୍ଣ।

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ବଜାୟ ରହିବ। ମନର ଆଶା ପୂରା ହେବାର ସୁଯୋଗ ପାଇବେ। ଅଫିସରେ ଉଚ୍ଚଅଧିକାରୀଙ୍କ ଠାରୁ ପ୍ରଶ˚ସା ଓ ସହଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ଓ ଶାନ୍ତି ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ବିଛା: ଚାକିରି ଓ ବ୍ୟବସାୟରେ ଲାଭ ପାଇବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଆଜି ପାରିବାରିକ ଅଶାନ୍ତି ସମାପ୍ତ ହେବ। ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ଧନୁ: ଆଜି ଦିନଟି ସକାରାତ୍ମକତାରେ ଭରା ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମକର: ଜୀବନରେ ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହଯୋଗ ପାଇବେ। ବୈଦଶିକ ବେପାରରେ ଲାଭ ପାଇବେ। ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଗୁପ୍ତେଶ୍ବର।

କୁମ୍ଭ: ଆଜି ଆପଣ ପ୍ରେମ ଓ ସୁରକ୍ଷା ଅନୁଭବ କରିବେ। ଲକ୍ଷ ପ୍ରାପ୍ତ କରିବା ଲାଗି ଅଗ୍ରସର ହେବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମିକାଙ୍କୁ ମନର କଥା କହିବେ। ରାଜନୀତିରେ ଲାଭ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମୀନ: ବ୍ୟବସାୟରେ ନୂଆ ଉପକ୍ରମ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଅଫିସରେ ଆପଣଙ୍କର କୌଣସି କାମର ପ୍ରଶ˚ସା ହେବ। ଦାଂପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More