Only for Entertainment

ରେଖାଙ୍କ ସୌନ୍ଦର୍ଯ୍ୟ ସାମ୍ନାରେ ଫିକା ପଡ଼ିଲେ ଶିଳ୍ପା ।

bollywood tadka
25

ବଲିଉଡ ଅଭିନେତ୍ରୀ ଯଦିଓ ବର୍ତ୍ତମାନ ଫିଲ୍ମରେ ନଜର ଆସୁନାହାଁନ୍ତି ତଥାପି ସେ ଏନ୍ରେିଆଲିଟି ଶୋ ‘ସୁପର ଡ୍ୟାନ୍ସର ଥ୍ରି’ ରେ ଜଜ ଭୂମିକାରେ ନଜର ଆସୁଛନ୍ତି । ନିକଟରେ ଏହି ଶୋ’ରେ ପହଂଚିଥିଲେ ଏଭରଗ୍ରୀନ ବିୟୁଟି ରେଖା । ପ୍ରତିଥର ଭଳି ଏହିଥର ମଧ୍ୟ ଖୁବ ସୁନ୍ଦର ଦେଖା ଯାଉଥିଲେ ଏହି ପ୍ରତିଷ୍ଠିତ ଅଭିନେତ୍ରୀ । ସବୁଠାରୁ ଖାସ କଥା ହେଉଛି ଶୋ’ରେ କାହାର ନଜର ହଟିଲା ନାହିଁ ରେଖାଙ୍କ ଉପରୁ । ଏହି ସମୟରେ ରେଖା ଲାଇଟ ରଙ୍ଗର ଶାଢୀ ପିନ୍ଧିଥିଲେ । ଏହା ସହିତ ସେ ହେଭି ଅଳଙ୍କାର ମଧ୍ୟ ପାଇଥିଲେ । ଏହା ସହିତ ଗଭାର ଗଜରା ଏବଂ ମଥାର ଟିକା ତାଙ୍କୁ ଅଧିକ ସୁନ୍ଦର କରିଥିଲା । ଏଠାରେ ରେଖା ଶିଳ୍ପା ଏବଂ କୋରିଓଗ୍ରାଫର ଗୀତାଙ୍କ ସହିତଖୁବ ମସ୍ତୀ କଲେ ।

ରେଖା ଏବେ ଫିଲ୍ମ ଠାରୂ ଦୂରରେ ଅଛନ୍ତି, କିନ୍ତୁ ଅଧିକାଂଶ ସମୟରେ ତାଙ୍କୁ ପାର୍ଟି ଏବଂ ଆୱାର୍ଡ଼ ଶୋ’ରେ ଦେଖିବାକୁ ମିଳୁଛି । ଏହି ରିଆଲିଟି ଶୋ’ରେ ମଧ୍ୟ ପୂରା ଲାଇମଲାଇଟ ଚୋରି କରିନେଲେ ରେଖା । ଶିଳ୍ପା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More