Only for Entertainment

ଜାଣନ୍ତୁ ଆଜିର ରାଶିଫଳ

women's health
26

ମେଷ: ଜୀବନରେ ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟ ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ତୀ।

ବୃଷ: ଆଜିର ଗ୍ରହଚଳନ ହେତୁ ପ୍ରେମ ଓ ସୁରକ୍ଷା ଅନୁଭବ କରିବେ। ଲକ୍ଷ୍ୟ ପ୍ରାପ୍ତି ପାଇଁ ଆଗକୁ ବଢ଼ି ଚାଲିବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମିକାଙ୍କୁ ମନର କଥା କହିବେ। ରାଜନୀତିରେ ଲାଭ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ। ବ୍ୟବସାୟରେ ନୂଆ ଉପକ୍ରମ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁସାରେ ଯଥେଷ୍ଟ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କର୍କଟ: ସକାରାତ୍ମକତାରେ ଭରି ରହିବେ। ପରିଶ୍ରମର ପୂରା ଫାଇଦା ମିଳିବ। ସାକ୍ଷାତକାର ପାଇଁ ଯାଇପାରନ୍ତି। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାରୁ ମନ ଖୁସି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ସି˚ହ: ମନରେ ଦ୍ବନ୍ଦ୍ବ ରହିବ; କିନ୍ତୁ ବ୍ୟବହାର ମଧୁର ରହିବ। ଶତ୍ରୁଙ୍କୁ କ୍ଷମା କରି ଦିଅନ୍ତୁ; ଭାଗ୍ୟରେ ଉନ୍ନତି ହେବ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

କନ୍ୟା: ଦିନଟି ଢେର‌୍‌ସାରା ସ୍ବାଗତ ନେଇ ଆସିଛି। କୌଣସି ଅନୁବନ୍ଧ ପାଇଁ ପ୍ରସ୍ତାବ ପାଇବେ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଚାକିରି ତଲାସରେ ଥିବା ବ୍ୟକ୍ତି ବଢ଼ିଆ ଚାକିରି ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମଝିଘରିଆଣୀ।

ତୁଳା: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ପୂର୍ବରୁ କରିଥିବା ପରିଶ୍ରମରୁ ଲାଭ ପାଇବେ। ଜରୁରୀ କାମରେ ଯାତ୍ରା କରିପାରନ୍ତି। ବିରୋଧୀଙ୍କ ଉପରେ ପ୍ରଭାବ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ବିଛା: ସାହସିକ ଫଇସଲାରେ ଆପଣଙ୍କୁ ସଫଳତା ମିଳିବ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ଅଫିସରେ କୌଣସି ଖୁସି ଖବର ମିଳିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବଗଳାମୁଖୀ।

ଧନୁ: ଆପଣଙ୍କ ଲାଗି ବଢ଼ିଆ ସମ୍ଭାବନା ରହିଛି। ପରିଶ୍ରମ କରନ୍ତୁ; ମିଠାଫଳ ପାଇବେ। ବ୍ୟବସାୟ‌େର ପ୍ରଗତି ପାଇଁ ରାସ୍ତା ଉନ୍ମୁକ୍ତ ହେବ। ରାଜନୀତିରେ ଲାଭ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ମକର: ଆପଣଙ୍କର ଆତ୍ମବିଶ୍ବାସ ବଜାୟ ରହିବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଅଫିସରେ ଉଚ୍ଚଅଧିକାରୀଙ୍କ ଠାରୁ ପ୍ରଶ˚ସା ଓ ସହଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ଓ ଶାନ୍ତି ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କୁମ୍ଭ: ଚାକିରି ଓ ବ୍ୟବସାୟରୁ ଲାଭ ପାଇବେ। ମନ ପ୍ରସନ୍ନ ରହିବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଆଜି ପାରିବାରିକ ଅଶାନ୍ତି ସମାପ୍ତ ହେବ। ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ମୀନ: ଆଜି ଦିନଟି ସକାରାତ୍ମକତାରେ ଭରା ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ନୂଆ ଘର ବା ଜମି କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More