Only for Entertainment

ପ୍ରଭାସଙ୍କ ବିଗବଜେଟ ଫିଲ୍ମ ‘ସାହୋ’ର ୨ୟ ପୋଷ୍ଟର ରିଲିଜ, ଆଜି ଜନ୍ମଦିନରେ ମିଳିବ ଆଉ ଏକ ସରପ୍ରାଇଜ !

57

ବାହୁବଲୀ ଷ୍ଟାର ପ୍ରଭାସଙ୍କ ଜନ୍ମଦିନର ଠିକ୍ ପୂର୍ବ ଦିନରେ ହିଁ ଫିଲ୍ମ ନିର୍ମାତା ଫ୍ୟାନ୍ସଙ୍କ ପାଇଁ ସୋମବାର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ପ୍ରଭାସ ଖୁବ ଶାନଦାର ଲୁକରେ ନଜର ଆସିଛନ୍ତି, କେବଳ ନିଜ ଦେଶରେ ନୁହେଁ ମାତ୍ର ବିଦୋରେ ମଧ୍ୟ ପ୍ରଭାସଙ୍କ ଏହି ପୋଷ୍ଟରକୁ ଖୁବ ପ୍ରଶଂସା କରାଯାଇଛି ।

ଏହା ସହ ନିର୍ମାତା ‘ଶେଡ୍ସ ଅଫ ସାହୋ’ ନାଁରେ ଏକ ବିଶେଷ ଭିଡିଓ ଶୃଙ୍ଖଳା ମଧ୍ୟ ରିଲିଜ କରିଛନ୍ତି । ଏହା ଅନ୍ତର୍ଗତ ନିର୍ମାତା ଫିଲ୍ମର ମେକିଂ ଭିଡିଓ ଏବଂ ବ୍ୟାକଗ୍ରାଉଣ୍ଡ ଫୁଟେଜ ମଧ୍ୟ ଶେୟାର କରିବେ । ଏହି ଶୃଙ୍ଖଳାର ପ୍ରଥମ ଭିଡିଓ ପ୍ରଭାସଙ୍କ ଜନ୍ମ ଦିନ ତଥା ଆଜି କରାଯିବ ।
ନିର୍ଦ୍ଦେଶକ ରାଜା ମୌଳିଙ୍କ ଫିଲ୍ମ ବାହୁବଲୀ ସିରିଜ ପରେ ଏହା ପ୍ରଭାସଙ୍କ ପ୍ରଥମ ଫିଲ୍ମ ଅଟେ, ଏହିକାରଣରୁ ଦର୍ଶକ ତାଙ୍କ ପ୍ରଥମ ଝଲକ ପାଇବା ଲାଗି ଉତ୍ସୁକ ଅଛନ୍ତି । ଏହି ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର ଯାହା ଆମେ ଆପଣଙ୍କୁ ଜଣାଇଥିଲୁ । ଏହାବ୍ୟତୀତ ଏହି ଫିଲ୍ମରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ, ମନ୍ଦିରା ବେଦୀ, ମହେଶ ମାଂଜରେକର ଏବଂ ଚଙ୍କି ପାଣ୍ଡେ ମଧ୍ୟ ନଜର ଆସିବେ ।

ଟିସିରିଜ ବ୍ୟାନର ଏବଂ ୟୁବି କ୍ରିଏସନ ବ୍ୟାନର ଦ୍ୱାରା ପ୍ରସ୍ତୁତ ‘ସାହୋ’ ସୁଜିତ ଦ୍ୱାରା ନିର୍ଦ୍ଦେଶତ ଅଟେ ଏବଂ ବାମସୀ, ପ୍ରମୋଦ ଏବଂ ବିକ୍ରମ ଦ୍ୱାରା ନିର୍ମାଣ କରାଯାଇଛି ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More