Only for Entertainment

ରିଲିଜ ହେଲା ‘କଫି ୱିଥ କରଣ-୬’ର ପ୍ରୋମୋ, ଏହି ଦିନ ଠାରୁ ପ୍ରସାରଣ ହେବ ଶୋ…

NDTV
0 33

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫେମସ୍ ଟକ୍ ଶୋ ‘କଫି ୱିଥ କରଣ’ ସିଜନ-୦୬ର ପ୍ରୋମୋ ରିଲିଜ ହୋଇଯାଇଛି । ଏହି ପ୍ରମୋଟି ଅତି ମଜାଦାର ହେଇଛି । ପ୍ରମୋରେ ଛୋଟ ପିଲାଙ୍କର ମଜାଦାର ପ୍ରଶ୍ନରର ଝଲକ ଦେଖିବାକୁ ମିଳିଛି । ଆଉ ସେହି ଛୁଆ ମାନଙ୍କର ପ୍ରଶ୍ନକୁ କେମିତି ରିଆକ୍ସନ ମିଳୁଛି ସେହି ସବୁକୁ ଏହି ପ୍ରମୋରେ ସ୍ଥାନ ଦିଆଯାଇଛି । ପ୍ରମୋକୁ ଦେଖିଲେ ଏମିତି ଲାଗୁଛି ଯେ ‘କଫି ୱିଥ କରଣ’ ସିଜନ-୦୬ ବେଶ ଭିନ୍ନ ରହିବ ।

 

View this post on Instagram

 

The story of the UNAFRAID BOY! #koffeewithkaran is back!!!! Season 6!!! @starworldindia @hotstar

A post shared by Karan Johar (@karanjohar) on

କରଣ ଜୋହର ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏହାର ପ୍ରମୋକୁ ରିଲିଜ କରିବା ସହିତ ଚଳିତ ମାସ ୨୧ ତିରିଖରେ କଫି ୱିଥ କରଣ ଶୋ’ର ପ୍ରସାରଣ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ଶୁଣିବାକୁ ମିଳୁୂଛି ଏହି ଶୋ’ରେ ଧଡକ ଷ୍ଟାର ଜାହ୍ନବୀ ଏବଂ ଇଶାନ ଖଟ୍ଟରଙ୍କ ସମେତ ନ୍ୟୁ କପଲ ପ୍ରିୟଙ୍କା ଏବଂ ନିକ ଜୋନ୍ସ ବି ସାମିଲ ହେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More