Only for Entertainment

ରିଲିଜ ହେଲା ଇଣ୍ଡିଆଜ ଗଟ ଟ୍ୟାଲେଂଟର ବିଜେତା କ୍ରିଷ୍ଣାଙ୍କ ଫିଲ୍ମ କ୍ରିଷ୍ଣା-ଦ ଷ୍ଟୋରୀ ଅଫ ଏ ଡ୍ୟାନ୍ସରର ଟିଜର ।

Odisha News Insight
0 73

କ୍ରିଷ୍ଣା ମୋହନ ରେଡ୍ଡି । ଏହି ନାଁ ଓଡିଶାର ପ୍ରାୟ ସବୁଘରେ ପରିଚିତ ହୋଇଥିବ । କାରଣ ଏହି ନାଁ ହିଁ ଦିନେ ଓଡିଶାକୁ ଜାତୀୟ ମଂଚରେ କରିଥିଲା ଗର୍ବିତ । ଆମେ ଏଠି କଥା ଆଲୋଚନା କରୁଛୁ ରିୟାଲିଟି ଶୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟ୍ ପ୍ରଥମ ସିଜିନ୍ ବିଜେତା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣାଙ୍କ କଥା । ଯିଏ ଶ୍ରମୀକ ଓ ବସ୍ତି ଅଂଚଳର ପିଲାଙ୍କୁ ନେଇ ବନାଇଥିଲେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ । ଡ୍ୟାନ୍ସକୁ ନେଇ କ୍ରିଷ୍ଣାଙ୍କ ସଂଘର୍ଷ ଉପରେ ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହୋଇଛି ଏକ ଫିଚର୍ ଫିଲ୍ମ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ ।

ରିଲିଜ୍ ହୋଇଛି ଆଗାମୀ ଓଡିଆ ଫିଲ୍ମ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ର ପ୍ରଥମ ଟିଜର୍ । ଫିଲ୍ମଟି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ ହୋଇଛି । କିଭଳି ସାଧାରଣ ବସ୍ତି ପିଲା ଓ ଶ୍ରମିକଙ୍କୁ ତାଲିମ୍ ଦେଇ ଜାତୀୟ ମଂଚରେ ଭେଟି ଦେଇଥିଲା ଚମକ୍ରାର ନୃତ୍ୟ କଳା ତାହା ଦେଖିବାକୁ ମିଳିବ ଏହି ସିନେମାରେ । କ୍ରିଷ୍ଣା ନିଜେ ଏହି ସିନେମାରେ ଅଭିନୟ କରିଛନ୍ତି ଆଉ ଫିଲ୍ମରେ ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଅଭିନେତ୍ରୀ ସୁରମୟୀ । ୧୪୦ ମିନିଟ୍ର ଏହି ସିନେମାର କାହାଣୀ ସହ ନିର୍ଦ୍ଦେଶନା ଭାର ବି ତୁଲାଇଛନ୍ତି କ୍ରିଷ୍ଣା ମୋହନ୍ ରେଡ୍ଡି । ସତ କାହାଣୀ ଉପରେ ଆଧାରିତ ହୋଇଛି ଏହିସିନେମା । ଫିଲ୍ମରେ ବନ୍ଦେ ଉକ୍ରଳ ଜନନୀ ଓ ବନ୍ଦେ ମାତରମ୍ ଭଳି ଦେଶାତ୍ମବୋଧ ଗୀତକୁ ମଧ୍ୟ ସ୍ଥାନ ଦେଇଛନ୍ତି କ୍ରିଷ୍ଣା । ଫିଲ୍ମଟି ଖୁବଶୀଘ୍ର ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More