Only for Entertainment

କଂଗ୍ରେସରେ ସାମିଲ ହେଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ମୁମ୍ବାୁଇର ଉତ୍ତର ସିଟରୁ ଲଢିପାରନ୍ତି ନିର୍ବାଚନ

India Today
30

ସବୁଥର ପରି ଚଳିତ ନିର୍ବାଚନ ଋତୁରେ ଅଭିନେତା ରାଜନୈତିକ ଦଳରେ ସାମଲି ହେବା ପର୍ବ ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ଆଜି ହାତ ଧରିଛନ୍ତି ବଲିଉଡ଼୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ଏହାପୂର୍ବରୁ ଗତକାଲି ବିଜେପିରେ ସାମିଲ ହୋଇଥିଲେ ଅଭିନେତ୍ରୀ ଜୟାପ୍ରଦା ।

ଛମାଛମା ଗର୍ଲ ଉର୍ମିଳା ମାତୋଣ୍ଡକର ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଦଳରେ ମିଶିଛନ୍ତି ଉର୍ମିଳା । କୁହାଯାଉଛି କଂଗ୍ରେସ ଟିକେଟରେ ଉର୍ମିଳା ମୁମ୍ବାଇ ନର୍ଥ ଆସନରୁ ପ୍ରତିଦ୍ୱନ୍ଦିିତା କରିବେ ।


ଉର୍ମିଳା କଂଗ୍ରେସରେ ମିଶିବା ନେଇ  ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମୁମ୍ବାଇ ଉତର ଲୋକସଭା ଆସନରୁ ଉର୍ମିଳାଙ୍କୁ ଟିକେଟ ଦେବ କଂଗ୍ରେସ । ମୁମ୍ବାଇ ନର୍ଥ ଆସନକୁ ଭାରତୀୟ ଜନତା ପାର୍ଟିର ଗଡ ବୋଲି ବିବଚେନା କରାଯାଏ । ତେବେ ୨୦୦୪ରେ ଅଭିନେତା ଗୋବିନ୍ଦା କଂଗ୍ରେସ ଟିକେଟରେ ଲଢି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ନାଇକଙ୍କୁ ଏଠାରୁ ପରାସ୍ତ କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More