Only for Entertainment

ବକ୍ସ ଅଫିସରେ ଯାଦୁ ମଚାଇଲା ଲଭ ଏକ୍ସପ୍ରେସ !

38

ବକ୍ସଅଫିସରେ ଧମାଲ୍ କରୁଛି ଓଡିଆ ଫିଲ୍ମ ଲଭ୍ ଏକ୍ସପ୍ରେସ୍ । ଫିଲ୍ମରେ ଦ୍ୱିତୀୟ ଥର ପାଇଁ ରୋମାନ୍ସ କରିବାରେ ନଜର ଆସିଛନ୍ତି ଅଭିନେତା ସ୍ୱରାଜ୍ ଓ ଅଭିନେତ୍ରୀ ସନମୀରା । ନିକଟରେ ଏହି ଫିଲ୍ମର ପ୍ରିମିୟର୍ ଶୋ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଫିଲ୍ମର ନିର୍ମାତା – ନିର୍ଦ୍ଦେଶକଙ୍କ ସହ ଫିଲ୍ମର ଷ୍ଟାର୍ କାଷ୍ଟଙ୍କୁ ଦେଖିବାକୁ ମିଳିଥିଲା ।

ପରଦାରେ ଧମାଲ୍ କଲା ସ୍ୱରାଜ ଓ ସନମୀରାଙ୍କ ଅନସ୍କ୍ରିନ ରୋମାନ୍ସ । ଓଲିଉଡ ମୁଭି ଲଭ୍ ଏକ୍ସପ୍ରେସରେ ଦେଖିବାକୁ ମିଳିଲା ଦୁହିଁଙ୍କ ଭରପୁର କେମେଷ୍ଟ୍ରୀ । ପରଦାକୁ ଆସିଲା ଚଳଚ୍ଚିତ୍ର ଲଭ୍ ଏକ୍ସପ୍ରେସ୍ । ନିକଟରେ ରୁପେଲି ସହର କଟରରେ ଏହି ସିନେମାର ପ୍ରିମିୟର୍ ଶୋ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଫିଲ୍ମର ଲିଡ୍ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମରେ ଦ୍ୱିତୀୟ ଥର ପାଇଁ ପରଦାରୋ ରୋମାନ୍ସ କରିଛନ୍ତି ସ୍ୱରାଜ୍ ଓ ସନମୀରା । ସିନେମାରେ ସ୍ଥାନପାଇଛି କମେଡି, ଆକ୍ସନ୍ ଆଉ ତା ସହ ରୋମାନ୍ସ । କିଭଳି ପ୍ରଥମେ ଫାଇଟ ଆଉ ତାପରେ ପ୍ୟାର୍ ମୋହବତର ରିସ୍ତା ଆରମ୍ଭ ହେଉଛି ନାୟକ – ନାୟିକାଙ୍କ ଭିତରେ ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More