Only for Entertainment

୩ଟି ଭାଷାରେ ଜଲୱା ଦେଖାଇଲା ଓଡ଼ିଆ ଗାୟିକା ଅନ୍ତରାଙ୍କ ସ୍ୱାଗ ସେ ସ୍ୱାଗତମ

the suntimes
0 63

ଫିଲ୍ମ ଟାଇଗର ଜିନ୍ଦା ହୈର ଧମାକାଦାର ସଫଳତା ଯେ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭରତରେ ୩ ଅଙ୍କକୁ ଛୁଇଁ ପାରିଥିବା ଏକମାତ୍ର ଅଭିନେତା ହେଉଛନ୍ତି ସଲମାନ ଖାନ । କେବଳ ଅଭିନୟର ଜଲୱା ନୁହେଁ ବରଂ ଫିଲ୍ମର ଗୀତ ସ୍ୱାଗସେ ସ୍ୱାଗତମ ଏବେ ପାର୍ଟି ଗୀତ ହୋଇସାରିଛି । ଦିଲ ଦିଆ ଗଲାଁ ମଧ୍ୟ କୌଣସି ରୋମାଂଟିକ ଗୀତରୁ କମ ନୁହେଁ ।
ସୋନୁ କକରଙ୍କ ଠାରୁ ଆରମ୍ଭ ରିତୁ ଅଗ୍ରୱାଲଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ମେଲୋଡିୟସ ଗୀତ ୟୁଟ୍ୟୁବରେ ଛାଇ ଯାଇଛି । ଓଲିଉଡ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ବ୍ୟାଣ୍ଡୱାଗନରେ ମଧ୍ୟ ନିଜକୁ ସାମିଲ କରି ସାରିଛନ୍ତି । ସେ ଏହି ଗୀତର ପଂଜାବୀ,ବେଙ୍ଗଲୀ ଏବଂ ଓଡ଼ିଆର ସଂସ୍କରଣ ରିଲିଜ କରିଛନ୍ତି ।

ଅନ୍ତରା ଜଣେ ପ୍ଲେବ୍ୟାକ ସିଙ୍ଗର ଭାବରେ ଓଡ଼ିଆ,ବଙ୍ଗାଳୀ ଏବଂ ମରାଠୀ ଭଳି ୩ଟି ଭାଷାରେ କେତେକ ଫିଲ୍ମ ପାଇଁ ଗୀତ ଗାଇଛନ୍ତି । ତେବେ ଏକ ଗୀତାର ସହିତ ଗୀତ ଗାଇବା ତାଙ୍କ ପାଇଁ ଆକସ୍ମିକ ଥିଲା ନିଶ୍ଚୟ । ଅନ୍ତରାଙ୍କ କହିବା ଅନୁସାରେ ସେ ଦିଲ ଦିଆ ଗଲାଁ ଗୀତକୁ ସେ ବିଳୂମ୍ବ ରାତି ପର୍ଯ୍ୟନ୍ତ ରେକର୍ଡ଼ କରିଥିଲେ ଏବଂ ସକାଳ ୭ଟାରେ ସୁଟିଂ ପାଇଁ ବାହାରିଥିଲେ । ତେବେ ତାଙ୍କ କହିବା ଅନୁସାରେ ଏହା ତାଙ୍କ ପାଇଁ ଏକ ନିଆରା ଅନୁଭବ ଥିଲା, ଯାହାକୁ ସେ କେବେ ମଧ୍ୟ ପୂର୍ବରୁ କରିବାର ସୁଯୋଗ ପାଇ ନଥିଲେ ।

ସହରଠାରୁ ସାମାନ୍ୟ ଦୁର ନରାଜ ଠାରେ, ସହରର କୋଳାହଳ ଠାରୁ ଅଳ୍ୱ ଦୂରରେ ଏହି ଗୀତକୁ ଗାଇବାର ନିଆରା ଅନୁଭବକୁ ପ୍ରକାଶ କରିଥିଲେ ଗାୟିକା ଅନ୍ତରା । ଏହା ଏକ ପିକନିକ ଯାହାକୁ କେବଳ ସାଙ୍ଗ ଏବଂ ପରିବାର ସହିତ ସେଲିବ୍ରେଟ କରାଯାଇପାରିବ । ଏହା ଏଭଳି ଏକ ତ୍ରୀଭାଷୀୟ ଗୀତ ଯାହା ହୃଦୟକୁ ଛୁଇଁଯିବ ।

ଅନ୍ତରାଙ୍କ କହିବା ଅନୁସାରେ ବେଙ୍ଗଲୀ,ଓଡ଼ିଆ ଏବଂ ପଂଜାବୀ ଭାଷାର ଗୀତ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟକୁ ଛୁଇଁବାକୁ ଆଶା ରଖିଛନ୍ତି । ତେବେ ଗୀତଟିକୁ ୩୬ ଘଂଟା ଭାବିବା ପରେ ସଂପୂର୍ଣ୍ଣ କରାଯାଇଥିଲା । ଖୁବ କମ ସମୟରେ ସୋସିଆଲ ମିଡିଆର ପ୍ରତିକ୍ରିୟା ପଡ଼ିଥିବା କଥା ସେ କହିଛନ୍ତି । ରତିକାନ୍ତ ଶତପଥିଙ୍କ ଦ୍ୱାରା ସଂକଳ୍ପିତ ଏବଂ ଜ୍ୟୋତି ସଙ୍କର ସିଙ୍ଗଙ୍କର ଓଡ଼ିଆ ଏବଂ ବେଙ୍ଗଲୀ ଲିରିକ୍ସ ସହିତ ଏହାର ସଟ ମୋହିତ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More