Only for Entertainment

ଟୋଟାଲ ଧମାଲ ଏବଂ କଳଙ୍କ ପରେ ମାଧୁରୀଙ୍କ ହାତରେ ଲାଗିଲା ଜ୍ୟାକପଟ ।

instagram
41

ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଖୁବଶୀଘ୍ର ଅଜୟ ଦେବଗନଙ୍କ ଫିଲ୍ମ ଟୋଟାଲ ଧମାଲରେ ନଜର ଆସିବେ । ଗତକାଲି ଏହାର ଟ୍ରେଲର ରିଲିଜ ହୋଇ ସାରିଛି । କେବଳ ଟୋଟାଲ ଧମାଲ ନୁହେଁ ବରଂ ମଲି୍ଟିଷ୍ଟାରର ଫିଲ୍ମ କଳଙ୍କରେ ବରୁଣ ଧାୱନ ଏବଂ ଆଲିୟା ଭଟ୍ଟଙ୍କ ସହିତ ମଧ୍ୟ ନଜର ଆସିବେ ଧକଧକ ଗର୍ଲ । ଏହି ମଧ୍ୟରେ ଅନ୍ୟ ଏକ ଖବର ଆସିଛିଯେ ମାଧୁରୀଙ୍କ ହାତରେ ଲାଗିଛି ଜ୍ୟାକପଟ । ମାଧୁରୀ ଖୁବଶୀଘ୍ର ଫିଲ୍ମ ନିର୍ମାତା ଲଭ ରଂଜନଙ୍କ ଫିଲ୍ମରେ ନଜର ଆସିପାରନ୍ତି । ଏକ ଏଂଟରଟେନେଂଟ ପୋର୍ଟାଲକୁ ଦିଆଯାଇଥିବା ସୂଚନା ମୁତାବକ ଗତ ସପ୍ତାହରେ ମାଧୁରୀ ଲଭଙ୍କ ସହିତ ସାକ୍ଷାତ କରିଥିଲେ ।

ଖବର ଅନୁସାରେ ଲଭ ତାଙ୍କ ଫିଲ୍ମରେ ମାଧୁରୀଙ୍କୁ ନେବା ପାଇଁ ଖୁବ ଉତ୍ସାହିତ । ଅବଶ୍ୟ ଏହି ଫିଲ୍ମରେ ମାଧୁରୀ କେଉଁ ଚରିତ୍ରରେ ନଜର ଆସିବେ ତାହାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ଫିଲ୍ମ ଟୋଟାଲ ଧମାଲ କଥା ଆଲୋଚନା କରିବା ତ ଏହି ଫିଲ୍ମରେ ମାଧୁରୀ ଅନିଲ କପୁରଙ୍କ ସହିତ ନଜର ଆସିବେ, ଯେଉଁଥିରେ ଉଭୟ ଗୁଜୁରାଟୀ ପତି ପତ୍ନୀ ଭୂମିକାରେ ସ୍କ୍ରିନ ଶେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More