Only for Entertainment

ରିଲିଜ ହେଲା ‘ଦ ବଡି’ ଫିଲ୍ମର ନୂଆ ରୋମାଂଟିକ ଗୀତ ‘ମେଁ ଜାନତା ହୁଁ’ ।

28

ରିଲିଜ ଅପେକ୍ଷାରେ ସସପେନ୍ସ ଥ୍ରୀଲର ସିନେମା ଦ ବଡି । ଏବେ ଆସିଛି ଫିଲ୍ମର ନୂଆ ରୋମାଂଟିକ ଗୀତ ‘ମେଁ ଜାନତା ହୁଁ’ । ଗୀତରେ ଫିଲ୍ମର ଲିଡ ଷ୍ଟାର ଇମ୍ରାନ ହାସମୀ ଓ ସୋବିତା ଧୁଲିପାଲାଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ଏହି ରୋମାଟିଂକ ଟ୍ରାକରେ ରହିଛି ଜୁବିନ ନୌତିୟାଲଙ୍କ ଗାୟକୀ । ସମୀର ଅଂଜାନଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ସମୀର ଟଣ୍ଡନ । ୟୁଟ୍ୟୁବରେ ଗୀତକୁ ଜାରି କରାଯିବା ପରେ ଲଗାତାର ଏହାର ଶ୍ରୋତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମରେ ସସପେନ୍ସ ଓ ଥ୍ରୀଲରରେ ଭରପୁର ରହିଛି ସହ ଋଷି ଓ ଇମ୍ରାନଙ୍କ ଦମଦାର ଅଭିନୟ ।

ନୂଆ ଚେହେରା ବେଦିକା ଓ ଶୋଭିତା ଫିମେଲ ଲିଡରେ ଅଭିନୟ କରୁଛନ୍ତି । ସୁନୀର ଖେତରପାର ଫିଲ୍ମର ପ୍ରଯୋଜନା ଓ ଜିତ ଯୋଶେଫ ନିର୍ଦ୍ଦେଶନା ଦେଇଛନ୍ତି । ମାଲିଲିୟମ ଫିଲ୍ମର ନିର୍ଦ୍ଦେଶକ ଜିତୁ ଯୋଶେଫଙ୍କ ଏହା ବଲିଉଡ ଡେବ୍ୟୁ ।କ୍ରାଇମ ମିଷ୍ଟ୍ରିର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମରେ ଅଳ୍ପ କିଛି ହରର ସିନକୁ ମଧ୍ୟ ସ୍ଥାନ ଦିଆଯାଇଛି ।ଡିସେମ୍ବର ୧୩ରେ ପରଦାକୁ ଆସିବ ଦ ବଡ଼ି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More