Only for Entertainment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ନାରାଜ ହେଲେ ଟିଭିର ଶକ୍ତିମାନ,ପଦରୁ ଇସ୍ତଫା ଦେଲେ ।

nasheman.com
0 57

ପ୍ରସିଦ୍ଧ ଅଭିନେତା ମୁକେଶ ଖାନ୍ନା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଉପରେ ନାରାଜ ହୋଇ ଭାରତୀୟ ବାଲ ଫିଲ୍ମ ସୋସାଇଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଯଦିଓ ତାଙ୍କର ୩ ବର୍ଷୀୟ କାର୍ଯ୍ୟକାଳ ଏପ୍ରିଲ ମାସରେ ସମାପ୍ତ ହୋଇଥାନ୍ତା,ତେବେ ସେ ଦୁଇ ମାସ ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

ବାସ୍ତବରେ ମୁକେଶ ଖାନ୍ନା ମନ୍ତ୍ରାଳୟ ଉପରେ ପର୍ଯ୍ୟପ୍ତ ଫଣ୍ଡ ନ ଦେଉଥିବା ଆରୋପ ଲଗାଇଛନ୍ତି । ସେ କହିଛନ୍ତିଯେ ଧନର କମ ପରିମାଣ ଏବଂ ଆଗ୍ରହ ନ ଦେଖାଉଥିବା ଯୋଗୁଁ ସିଏଫଏସଆଇର ସ୍ଥିତି ଖରାପ ହୋଇଯାଇଛି । ଏହି ସମୟରେ ସେହି ପଦରେ ରହିବା ତାଙ୍କ ପାଇଁ ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତଯେ ସେ ମନ୍ତ୍ରାଳୟକୁ ଫଣ୍ଡ ପାଇଁ ଦାବି କରିଥିଲେ କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ । କାମ ପ୍ରତି ଉତ୍ସାହିତ ଥିଲେ ମଧ୍ୟ ସେ ପଦରୁ ଇସ୍ତଫା ଦେଇଛନ୍ତି ।

ମୁକେଶଙ୍କ ମତରେ ସିଏଫଏସଆଇରେ ଜଡ଼ିତ ହେବା ପରଠାରୁ ସେ ଏଭଳି ଫିଲ୍ମ ଦେଖିଛନ୍ତି ଯାହାକୁ ସେଥିରେ ଅଭିନୟ କରୁଥିବା ପିଲାମାନେ ମଧ୍ୟ ଦେଖିନାହାଁନ୍ତି । କାରଣ ତାହାକୁ କେବଳ ଫିଲ୍ମ ଫେଷ୍ଟିଭାଲରେ ଦେଖାଯାଏ । ପିଲାମାନେ କେବଳ ସିରିଅଲକୁ ଦେଖୁଛନ୍ତି । ସେମାନେ ଭଲ ତଥ୍ୟ ପାଇ ପାରୁନାହେଁନ୍ତି । ତେବେ ପିଲାଙ୍କ ପାଇଁ ଭଲ ଫିଲ୍ମ ନିର୍ମାଣ କରିବା ତାଙ୍କର ଲକ୍ଷ୍ୟ ଥିଲା ଏବଂ ଫଣ୍ଡ ଅସୁବିଧାରୁ ସେ ଏହା କରିପାରିନଥିବା କଥା ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More