Only for Entertainment

ସୋନୁଙ୍କ ପାଇଁ ଘନାଉଛି ବିପଦ, ମୁମ୍ବାଇ ପୁଲିସକୁ ମିଳିଲା ଗୋପନୀୟ ତଥ୍ୟ !

indiatv.com
0 44

ବଲିଉଡ ଜଗତର ପ୍ରସିଦ୍ଧ ଗାୟକ ସୋନୁ ନିଗମ ଜୀବନରେ ବିପଦରେ ଅଛି ବୋଲି ଶୁଣିବାକୁ ମିଳୁଛି । ତେଣୁ ଏହାକୁ ଧ୍ୟାନରେ ରଖି ପୁଲିସ ତାଙ୍କ ସୁରକ୍ଷା ବଢାଇବାକୁ ଯାଉଛନ୍ତି । ମହାରାଷ୍ଟ୍ରର ଗୁଇନ୍ଦା ବିଭାଗ କିଛି କଟ୍ଟରପନ୍ଥୀ ସଂଗଠନ ସୋନୁ ନିଗମଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଚଲାଇଥିବା ପୁଲିସକୁ ପଠାଇଥିବା ମତାମତରେ କହିଛନ୍ତି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ସୋନୁ ନିଗମଙ୍କୁ କୌଣସି ସର୍ବସାଧାରଣ ସ୍ଥାନ କିମ୍ବା କୌଣସି କାର୍ଯ୍ୟକ୍ରମରେ ଶୀକାର କରିପାରନ୍ତି ବୋଲି ଏହି ଗୋପନୀୟ ତଥ୍ୟ ରେ କୁହାଯାଇଛି । ଏଥିପାଇଁ ସୋନୁ ନିଗମଙ୍କ ସୁରକ୍ଷା ଲାଗି ପୁଲିସ ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି ।
ପୂର୍ବବର୍ଷ ଏଭଳି ଏକ ଦଙ୍ଗା ହୁଏତ ଆପଣଙ୍କର ମନେଥିବ ଯେତେବେଳେ ସୋନୁ ନିଗମ ଲାଉଡ ସ୍ପିକର ବନ୍ଦ କରିବା ପାଇଁ କହିଥିଲେ । ଯେଉଁ କାରଣରୁ ସାରା ଦେଶରୁ ସୋନୁ ନିଗମଙ୍କୁ ଧମକ ମିଳିଥିଲା । ସେହି ସମୟରେ ଅନେକ ବିବାଦ ହୋଇଥିଲା ଏହାଛଡା ସୋନୁଙ୍କ ବିରୁଦ୍ଧରେ ଫତୱା ମଧ୍ୟ ଜାରି ହୋଇଥିଲା ।

ଯଦିଓ ସୋନୁ ଟ୍ୱିଟକୁ ଭୂଲ ରାସ୍ତାରେ ନିଆଯାଉଥିବା ପ୍ରସ୍ତାବ ରଖିଥିଲେ । ଏହି ଟ୍ୱିଟ ପରେ ତାଙ୍କୁ ସୋନୁ ବନାମ ଇସଲାମ ବନାଦିଆ ଯାଇଥିଲା । ମାତ୍ର ସେ ନିଜେ ହିଁ ସବୁ ଧର୍ମ ବିଷୟରେ ଲେଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More