Only for Entertainment

ନାଚ – ଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ରିଲିଜ୍ ହେଲା ଫିଲ୍ମ’ର ଅଡିଓ !

91

ଖୁବଶୀଘ୍ର ଓଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଆକ୍ସନ୍ – ଡ୍ରାମା ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ । ନବାଗତ ନାୟକ ବିଶ୍ୱରୂପଙ୍କ ସହ ଦୁଇ ଦୁଇ ଜଣ ନାୟିକା ଅମ୍ରିତା ଓ ତନିଷ୍କାଙ୍କୁ ଦେଖିବାକୁ ମିଳିବ ଏହି ସିନେମାରେ । ନିକଟରେ ଏହି ସିନେମାର ଅଡିଓ ରିଲିଜ୍ ହୋଇ ଯାଇଛି । ଯେଉଁଠି ଷ୍ଟାରଙ୍କ ସହ ମେକର୍, ସଙ୍ଗୀତ ନିର୍ଦ୍ଦେଶକ ବିଭୂତି ଭୂଷଣ ଏବଂ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିଥିଲା ।

ଆଗାମୀ ଓଲିଉଡ୍ ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ର ଅଡିଓ ରିଲିଜ୍ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ନାଚ – ଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଫିଲ୍ମଟିର ଅଡିଓ ରିଲିଜ୍ ହୋଇଛି । ସିନେମାରେ ସଙ୍ଗୀତର ଭାରତ ତୁଲାଇଛନ୍ତି ବିଭୂତି ଭୂଷଣ ଗଡନାୟକ । ସିନେମାରେ ଆକର୍ଷଣୀୟ ଗୀତ ଗୁଡିକୁ ସ୍ଥାନ ଦେଇଛନ୍ତି ବିଭୁତି ଭୂଷଣ ।


ଏବି କ୍ରିଏସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ନାୟକ ଭାବେ ନଜଡର ଆସିବେ ନବାଗତ ବିଶ୍ୱରୂପ । ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଦୁଇ ଦୁଇ ଜଣ ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ । ଅମ୍ରିତା ଏବଂ ତନୁସ୍କା । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

ବିଶ୍ୱରୂପ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସରୋଜକାନ୍ତ । ଫିଲ୍ମରେ ଅଭିନେତା କାଳିଚରଣଙ୍କୁ ଅନ୍ୟ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ । ଆକ୍ସନ୍, ଡ୍ରାମା ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମଟିର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More