Only for Entertainment

ଆଖି ତଳ କଳାଦାଗ ଦୂର କରେ ନଡ଼ିଆ ତେଲ

297

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ବିଭିନ୍ନ ସମସ୍ୟାରୁ ଆଖି ତଳେ କଳାଦାଗ ଦେଖାଯାଉଛି, ଯାହା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଉଛି । ତେଣୁ କିଭଳି ଘରୋଇ ଉପାୟରେ ଏହାର ଯତ୍ନ ନେବେ ଆସନ୍ତୁ ଆଲୋଚନା କରିବା ।

ନଡ଼ିଆ ତେଲର ପୋଷକ ଏବଂ ମୁଲାୟମ କରିବା ଗୁଣ ବ୍ୟକ୍ତିର ତ୍ବଚାକୁ ସୁନ୍ଦର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାି ତେଲକୁ ବ୍ୟବହାର କରିବା ପାଇଁ କିଛି ବୁନ୍ଦା ନିଅନ୍ତୁ ଏବଂ ନିଜ ଆଖି ତଳେ ହାଲୁକାଭାବେ ଲଗାନ୍ତୁ ଏବଂ ରାତି ସାରା ଛାଡ଼ି ଦିଅନ୍ତୁ। ଏପରି କରିବା ଦ୍ବାରା କିଛି ଦିନରେ ଆପଣଙ୍କ ଆଖି ତଳେ କଳା ଦାଗର ସମସ୍ୟାରୁ ମୁକ୍ତି ମିଳିବ।

ଅର୍ଗାନ୍ ଅଏଲ୍ କିମ୍ବା ଜୈବିକ ତୈଳ ବହୁତ ହାଲୁକା ତୈଳ ଯାହା ସହଜରେ ବ୍ୟକ୍ତିଙ୍କ ତ୍ବଚାରେ ଶୋଷିତ ହୋଇଯାଇଥାଏ। ଅର୍ଗାନ୍ ଅଏଲରେ ଭିଟାମିନ୍ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଭରପୂର ଥାଏ। ଯାହା ବ୍ୟକ୍ତିଙ୍କ ଆଖି ତଳେ ତ୍ବଚାର କୋଶିକାକୁ ମଜବୁତ କରିଥାଏ ଏବଂ ଏହାର ଚମକ ଆଣିଥାଏ। ଜୈବିକ ତେଲ ବ୍ୟକ୍ତିଙ୍କ ଚର୍ମକୁଞ୍ଚନ ଏବଂ ବୟସାଧିକ୍ୟ ରେଖାକୁ କମ୍ କରିବାରେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କିଛି ବୁନ୍ଦା ଜୈବିକ ତେଲ ନିଅନ୍ତୁ ଏବଂ ଗୋଟିଏ ଆଙ୍ଗୁଳିରେ ଏହି ତେଲକୁ ଭଲ ଭାବେ ଆଖି ତଳେ ଲଗାନ୍ତୁ। ଏପରି ପ୍ରତିଦିନ ଲଗାଇବା ଦ୍ବାରା ଆପଣଙ୍କୁ ଫରକ ଜଣା ପଡ଼ିବ।

ସେଓର ଭିନେଗାରରେ ଖଣିଜ ପଦାର୍ଥ,ଭିଟାମିନ୍ ଏବଂ ଏନଜାଇମ୍ ରହିଥାଏ ଯାହା ବ୍ୟକ୍ତିଙ୍କ ଆଖି ତଳ ଭାଗକୁ ପୋଷକ ତତ୍ତ୍ବ ଯୋଗାଇଥାଏ। ସେଓର ଭିନେଗାର ବ୍ୟବହାର କରିବା ଦ୍ବାରା ବ୍ୟକ୍ତିଙ୍କ କଳା ଦାଗ ଦୂର ହୋଇଯାଇଥାଏ। ଏହା ବ୍ୟବହାର କରିବା ପାଇଁ ଏକ ଚାମଚ ସେଓର ଭିନେଗାର ଆଙ୍ଗୁଳି ସାହାଯ୍ୟରେ ଆଖି ତଳେ ଲଗାନ୍ତୁ ଏବଂ କିଛି ସମୟ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେ ସେଓର ଭିନେଗାର ଆଖି ଭିତରକୁ ନଯିବା ଆବଶ୍ୟକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More