Only for Entertainment

ତୃତୀୟ ଥର ପାଇଁ ‘ମିମୀ’ରେ ଏକା ସହିତ ନଜର ଆସିବେ କୃତି ସେନନ ଏବଂ ପଙ୍କଜ ତ୍ରୀପାଠୀ, ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର

Bollywood Bubble
45

ବଲିଉଡ ଅଭିନେତା ପଙ୍କଜ ତ୍ରୀପାଠୀ ନିଜର ଅଭିନୟ ପାଇଁ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୱେବ ସିରିଜ ସିକ୍ରେଡ ଗେମ୍ସ ସିଜିନ ୨ରେ ଜବରଦସ୍ତ ପର୍ଫମ କରିବା ପରେ ପଙ୍କଜ ତ୍ରୀପାଠୀ ଏବେ ଗୁଞ୍ଜନ ସକସେନାଙ୍କ ବାୟୋପିକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଜାହ୍ନବୀ କପୁରଙ୍କ ପିତା ଭୂମିକାରେ ନଜର ଆସିବେ । ଇତି ମଧ୍ୟରେ ପଙ୍କଜ ତ୍ରୀପାଠୀଙ୍କ ଆଉ ଏକ ଫିଲ୍ମ ‘ମିମୀ’ର ପୋଷ୍ଟରେ ଏବେ ସାମ୍ନାକୁ ଆସିଛି ।

ଦିନେଶ ବିଜାନଙ୍କ ଏହି ଫିଲ୍ମରେ ପଙ୍କଜ ତ୍ରୀପାଠୀ ଅଭିନେତ୍ରୀ କୃତି ସେନନଙ୍କ ସହିତ ନଜର ଆସିବେ । କୃତି ଏବଂ ପଙ୍କଜ ତ୍ରୀପାଠୀ ନିଜ ନିଜ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ପୋଷ୍ଟରକୁ ସେୟାର କରିଛନ୍ତି । ଏହି ଫିଲ୍ମକୁ ‘ଲୁକା ଛୁପି’ ଫେମ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା ଦେବେ ।

 

ରିପୋର୍ଟ ଅନୁସାରେ ଫିଲ୍ମ ‘ମିମୀ’ ମରାଠୀ ଫିଲ୍ମ ‘ମାଲା ଆଇ ବହାୟଚୀ’ ଉପରେ ଆଧାରିତ । ଫିଲ୍ମରେ ଭାରତରେ ସେରୋଗେଙ୍କୁ ନେଇ ବଢୁଥିବା ମାତ୍ରାର କାହାଣୀ ଦର୍ଶାଯିବ । ଏହି ଫିଲ୍ମରେ ପଙ୍କଜ ତ୍ରୀପାଠୀ ଏବଂ କୃତି ସେନନ ତୃତୀୟ ଥର ପାଇଁ ଏକାଠୀ କାମ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More