Only for Entertainment

ମୁକ୍ତିଲାଭ କଲା ରୋମାଂଟିକ୍ ସ୍ୟାଡ୍ ସଙ୍ଗ୍ ‘ଇଷ୍କ ଫର୍ଜି’ !

69

ଯୁବ ପିଢୀର ସ୍ରୋତାଙ୍କୁ ଏଂଟର୍ଟେନ୍ କରିବା ପାଇଁ ମୁକ୍ତିଲାଭ କରିଛି ରୋମାଂଟିକ୍ ସ୍ୟାଡ୍ ସଙ୍ଗ୍ ‘ଇଷ୍କ ଫର୍ଜି’ । ଆକର୍ଷଣୀୟ ଲିରିକ୍ସ ଓ ଦମଦାର୍ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଏଥିରେ ନାୟକ ଭାବେ ନଜର ଆସିଛନ୍ତି ଛୋଟ ପରଦାର ଲୋକପ୍ରିୟ ନାୟକ ରୋହନ ମେହରା ।

ମୁକ୍ତିଲାଭ କଲା ରୋମାଂଟିକ୍ ସ୍ୟାଡ୍ ସଙ୍ଗ୍ ‘ଇଷ୍କ ଫର୍ଜି’ । ଗୀତରେ ଛୋଟ ପରଦାର ଲୋକପ୍ରିୟ ନାୟକ ରୋହନ୍ ମେହରାଙ୍କୁ ନାୟକ ଭାବେ ଦେଖିବାକୁ ମିଳିଛି । ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଜନ୍ନତ୍ ଜୁବୈର୍ । ଏଥିରେ ସ୍ଥାନ ପାଇଛି ଏକ ହାର୍ଟ ବ୍ରେକର କାହାଣୀ । ଯୁବପିଢୀର ସ୍ରୋତାଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ଏହି ଗୀତଟି । ସ୍ରୋତା ମଧ୍ୟ ଏହି ଗୀତଟିକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ୟୁଟୁବରେ ଟ୍ରେଣ୍ଡିଂ ହେବାରେ ଲାଗିଛି ଗୀତଟି ।

ଜି ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟିକୁ ୟୁଟୁବରେ ୧୨ ଘଂଟା ଭିତରେ ୫ ମିଲିଅନ୍ରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ରାମଜୀ ଗୁଲାଟିଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ରୋମାଂଟିକ ଗୀତରେ କଣ୍ଠଦାନ କରିଛନ୍ତି ନାୟିକା ଜନ୍ନତ୍ ଜୁବୈର୍ । ଗୀତର ଲିରିକ୍ସ ଦେଇଛନ୍ତି କୁମାର୍ । ସୋସିଆଲ୍ ମିଡିଆରେ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More