ଘୁଞ୍ଚିଲା ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ‘ଲଭ୍ ଏକ୍ସପ୍ରେସ୍’ର ରିଲିଜ୍ ତାରିଖ ।
ଘୁଂଚିଲା ‘ଲଭ୍ ଏକ୍ସପ୍ରେସ୍’ର ରିଲିଜ୍ ତାରିଖ । ଫିଲ୍ମଟି ଏକ ଆକ୍ସନ୍ – ରୋମାଂଟିକ୍ କାହାଣୀକୁ ନେଇ ଗତିଶୀଳ ହେବାକୁ ଯାଉଛି । ଏଥିରେ ସ୍ୱରାଜ ବାରିକ୍ ଓ ସନମୀରା ନଗେଶଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ସାର୍ଥକ ମ୍ୟୁଜିକ୍ ଓ ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରମେଶ ରାଉତ । ଫିଲ୍ମରେ ସଙ୍ଗୀତ ନିର୍ଦ୍ଦଶନା ବୈଦନାଥ ଦାସ ଦେଇଥିବା ବେଳେ ଗୀତିକାର ହେଲେ ଅରୁଣ ମନ୍ତ୍ରୀ ଓ ଡ. ନିର୍ମଳ ନାୟକ। ଫିଲ୍ମଟି ପୂର୍ବରୁ ଗଣେଷ ପୂଜାରେ ରିଲିଜ୍ ହେବାର ଥିଲା ମାତ୍ର ପରେ ରିଲିଜ୍ ତାରିଖକୁ ଘୁଂଚା ଯାଇଛି । କିନ୍ତୁ ଫିଲ୍ମଟି କେବେ ରିଲିଜ ହେବ ତାହା ବିଷୟରେ କିଛି ସ୍ପଷ୍ଟ ସୂଚନା ଆସିନାହିଁ ।
କହିରଖୁଛୁ ଯେ, ଏହା ପୂର୍ବରୁ ସ୍ୱରାଜ ଏବଂ ସନମୀରାଙ୍କ ଯୋଡି କୁ ଫିଲ୍ମ ‘ଲୈଲା ଓ ଲୈଲା’ରେ ଦେଖିବାକୁ ମିଳିଥିଲା । ସ୍ୱରାଜଙ୍କ ଏହା ତୃତୀୟ ଓ ସାର୍ଥକ ସୀନେମା ସହ ଏହା ଦ୍ୱିତୀୟ ସିନେମା ଥିଲାବେଳେ ସନମୀରାଙ୍କର ବି ଏହା ଦ୍ୱିତୀୟ ସୀନେମା। ନିର୍ମାଣ ହେବାକୁ ଥିବା ଏହି ଫିଲ୍ମକୁ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ଫିଲ୍ମର ପୂରା ଟିମ୍ ଆଶା କରିଛି।