Only for Entertainment

ବଲିଉଡ ଫିଲ୍ମ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ରେ ଓଡ଼ିଆ ପୁଅ ଅଙ୍କିତ ପଟ୍ଟନାୟକ ।

odisha link
0 37

ଦିନଥିଲା ଓଡ଼ିଆ ଜାତି ସମସ୍ତଙ୍କ ଦୃଷ୍ଟି କୋଣ ଠାରୁ ଖୁବ ଦୂରରେ ରହିଥିଲା । କିନ୍ତୁ ସମୟ ଆଜି ବଦଳିଯାଇଛି । ବଦଳିଯାଇଛି ଜୀବନର ଚାଲିଚଳଣୀ, ବେଶ ପୋଷାକ ଓ ଅନ୍ତର୍ନିହିତ ଶକ୍ତି । ଯାହା ଓଡ଼ିଶାବାସୀଙ୍କୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିଛି । ଦେଇଛି ଏକ ନୂଆ ଦିଗନ୍ତ । ଗୋଟିଏ ପରେ ଗୋଟିଏ ଓଡ଼ିଆ ସଫଳତାର ଶୀଖରରେ ପାଦ ଦେଇଛନ୍ତି ଏବଂ ରାଜ୍ୟକୁ କରିଛନ୍ତି ଗର୍ବିତ । ସେ ଋତୁରାଜ,ଅନନ୍ୟା ନନ୍ଦ କିମ୍ବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସମସ୍ତେ ଆମର ଗର୍ବ । କିନ୍ତୁ ସମସ୍ତଙ୍କ ନିକଟରେ ଲୁଚି ରହିଛି ଏକ ନିକ୍ଷୁଣ କଳା । ଯାହା ପଦ୍ମ ଫୁଟିଲା ଭଳି ସମସ୍ତଙ୍କ ଲୋକ ଲୋଚନକୁ ଆସିଛି । ଆମେ ଆଲୋଚନା କରୁଛୁ ସେହିଭଳି ଏକ ଟ୍ୟାଲେଂଟ ବିଷୟରେ । ଯାହା ଆପଣ ବୋଧହୁଏ ଜାଣିନଥିେବେ । ବାସ୍ତବରେ ବଲିଉଡ ଫିଲ୍ମରେ ନିଜର କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ଅଙ୍କିତ ପଟ୍ଟନାୟକ । ଆସନ୍ତୁ ତାଙ୍କ ବିଷୟରେ ଆଲୋଚନା କରିବା ।

ସଂଜୟ ବରୁଙ୍କ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ର ସୁଟିଂ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ପ୍ରସିଦ୍ଧ କଳାକାର ଅନୁପମ ଖେର । ଯାହାର ପ୍ରଥମ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୂର୍ବରୁ ଦେଖିବାକୁ ମିଳିଥିଲା । କିନ୍ତୁ କଥା ହେଉଛି ଓଡ଼ିଶା ସହିତ ଏହି ଫିଲ୍ମର ସଂପର୍କ କ’ଣ? ବାସ୍ତବରେ ଫିଲ୍ମର ଆର୍ଟ ଡାଇରେକ୍ଟର ହେଉଛନ୍ତି ଓଡ଼ିଶାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଓଡ଼ିଆ ପୁଅ ଅଙ୍କିତ ପଟ୍ଟନାୟକ । ସେ ଡିଏଭ ସ୍କୁଲର ଜଣେ ଛାତ୍ର । ଏକ ମିଡିଆ ରିପୋର୍ଟ ଅନୁସାରେ ଅଙ୍କିତଙ୍କ ମା ଜଣେ ପେଂଟର ଏବଂ ଇଂଟରିୟର ଡିଜାଇନର । ସେ ଏହି କଳା ତାଙ୍କ ମାଙ୍କ ଠାରୁ ଶିଖିଛନ୍ତି । ତେବେ ଏହି ପିଲ୍ମଟି ୨୧ ଡିସେମ୍ବର ୨୦୧୮ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More