Only for Entertainment

ଚର୍ଚ୍ଚାରେ ଓଡିଶାର ପ୍ରଥମ ଡ୍ୟାନ୍ସ ଫିଲ୍ମ ‘କ୍ରିଷ୍ଣା’, ଏପ୍ରିଲ ମାସର ଶେଷରେ ହେବ ରିଲିଜ

ClickOdisha
53

ଚର୍ଚ୍ଚାରେ ଓଡିଆ ଫିଲ୍ମ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ । ଫିଲ୍ମଟି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ ଡି. କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ ହୋଇଛି । କିଭଳି ସାଧାରଣ ବସ୍ତି ପିଲା ଓ ଶ୍ରମିକଙ୍କୁ ତାଲିମ୍ ଦେଇ ଜାତୀୟ ମଂଚରେ ଭେଟି ଦେଇଥିଲା ଚମକ୍ରାର ନୃତ୍ୟ କଳା ତାହା ଦେଖିବାକୁ ମିଳିବ ଏହି ସିନେମାରେ । କ୍ରିଷ୍ଣା ନିଜେ ଏହି ସିନେମାରେ ଅଭିନୟ କରିଛନ୍ତି ଆଉ ଫିଲ୍ମରେ ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଅଭିନେତ୍ରୀ ସୁରମୟୀ ।

krishna

କ୍ରିଷ୍ଣା ଏହି ସିନେମା ଜରିଆରେ ଓଡିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି । ସେପଟେ ଅଭିନେତ୍ରୀ ସୂରମୟୀ, ଅନେକ ସିନେମାରେ ନିଜ ଚମକ୍ରାର୍ ଅଭିନୟ ପରଶି ଓଡିଆ ଦର୍ଶକଙ୍କ ଫେବରେଟ୍ ହୋଇ ପାରିଛନ୍ତି । ଓଡିଶାର ପ୍ରଥମ ଡ୍ୟାନ୍ସ ଫିଲ୍ମ କ୍ରିଷ୍ଣାର କାହାଣୀ ସହ ନିର୍ଦ୍ଦେଶନା ଭାର ବି ତୁଲାଇଛନ୍ତି କ୍ରିଷ୍ଣା ମୋହନ୍ ରେଡ୍ଡି । ସତ କାହାଣୀ ଉପରେ ଆଧାରିତ ହୋଇଛି ଏହି ସିନେମା ।

ଫିଲ୍ମରେ ବନ୍ଦେ ଉକ୍ରଳ ଜନନୀ ଓ ବନ୍ଦେ ମାତରମ୍ ଭଳି ଦେଶାତ୍ମବୋଧ ଗୀତକୁ ମଧ୍ୟ ସ୍ଥାନ ଦେଇଛନ୍ତି କ୍ରିଷ୍ଣା । ଏପ୍ରିଲ୍ ମାସ ଶେଷ ସୁଦ୍ଧା ପରଦାକୁ ଆସିବ ଚଳଚ୍ଚିତ୍ର ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More