Only for Entertainment

ରିଲିଜ ହେଲା ଫିଲ୍ମ’ପଲ ପଲ ଦିଲ କେ ପାସ’ ଟାଇଟଲ ଟ୍ରାକ, ଦେଖିବାକୁ ମିଳିଲା କରନ ଏବଂ ସହରଙ୍କ ମଧ୍ୟରେ ରୋମାଂଟିକ ଅନ୍ଦାଜ !

34

ସନି ଦେଓଲଙ୍କ ପୁଅ କରଣ ଦେଓଲ ନିଜ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ବଲିଉଡର ଏହି ନୂଆ କଳାକାରଙ୍କୁ ବଲିଉଡ ସ୍ୱାଗତ ଜଣାଇଛି ଏବଂ ଏବେ ଏହି ଫିଲ୍ମର ପ୍ରମୋଶନରେ ଲାଗିପଡିଛନ୍ତି ।

ତେବେ ଏହି ଫିଲ୍ମର ଟାଇଟଲ ଟ୍ରାକ ‘ପଲ ପଲ ଦିଲ କେ ପାସ’ ରିଲିଜ ହୋଇଛି । ଗୀତରେ ଶୁଣିବାକୁ ମିଳିଛି ଅରିଜିତ ସିଂ ଏବଂ ପରମ୍ପରା ଠାକୁରଙ୍କ ଗାୟିକୀ । ଏହି ଜବରଦସ୍ତ ରୋମାଂଟିକ ଗୀତକୁ କମ୍ପୋଜ କରିଛନ୍ତି ସଚେତ ପରମ୍ପରା ଏବଂ ଗୀତରେ ପ୍ରଯୋଜନା ଭାର ତୁଲାଇଛନ୍ତି ରିଶି ରିଚା ଲିରିକ୍ସ ଦେଇଛନ୍ତି ସିଦ୍ଧାର୍ଥ ଗରୀମା । ଏହି ଗୀତରେ କରନ ଏବଂ ସହରଙ୍କ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ତେବେ ଏହା କେତେ ମାତ୍ରାରେ ଦର୍ଶକଙ୍କୁ ପସନ୍ଦ ଆସୁଛି , ତାହା ଦେଖିବାକୁ ବାକି ରହିଲା ।

ତେବେ ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସନି ଦେଓଲ ଏବଂ ଏହି ଫିଲ୍ମ ୨୦ସେପ୍ଟେମ୍ବରରେ ରିଲିଜ ହେବ । ପ୍ରଯୋଜନା ଭାର ତୁଲାଇଛନ୍ତି ଜି ଷ୍ଟୁଡିଓ ଏବଂ ସନି ସାଉଣ୍ଡ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More