Only for Entertainment

ସାହୋକୁ ନେଇ ଉତ୍ସାହିତ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର, ସାମ୍ନାକୁ ଆସିଲା ଭିଡିଓ !

47

ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ସାହୋ’କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ସିନେମାରେ ଦେଖିବାକୁ ମିଳିବ ବାହୁବଲୀଙ୍କର ଜବରଦସ୍ତ ଆକ୍ସନ୍ । ବାହୁବଳୀ ସିନେମାରେ ନିଜ ଜବରଦସ୍ତ ଅଭିନୟ ପରଷି ଦର୍ଶକଙ୍କୁ ଏଂଟରଟେନ୍ କରିଥିବା ପ୍ରଭାସ ୨ ବର୍ଷର ବ୍ୟବଧାନ ପରେ ଏବେ ପରଦାକୁ ଫେରିବାକୁ ଯାଉଛନ୍ତି ।

ସାହୋକୁ ନେଇ ଉତ୍ସାହିତ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର । ନିକଟରେ ରିଲିଜ୍ ହୋଇଥିବା ସିନେମାର ଟ୍ରେଲର୍କୁ ଭରପୁର ପସନ୍ଦ କରିଛନ୍ତି ଦର୍ଶକ । ଆଉ ଏହି ଟ୍ରେଲରକୁ ଦର୍ଶକଙ୍କ ପାଖରେ ପହଁଚାଇବା ପାଇଁ ଏକ ଗ୍ରାଣ୍ଡ ଇଭେଂଟ୍ର ଆୟୋଜନ କରାଯାଇଥିଲା ମାୟାନଗରୀ ମୁମ୍ବାଇରେ । ଯେଉଁଠି ସୁପରଷ୍ଟାର୍ ପ୍ରଭାସଙ୍କ ସହ ନାୟିକା ଶ୍ରଦ୍ଧା କପୁର୍ ନିର୍ଦ୍ଦେଶକ ସୁଜୀତ୍ ଓ ପ୍ରଯୋଜକ ଭୂଷଣ କୁମାର୍ ଆସିଥିଲେ ନଜର । ଆଉ ଏହି ମୌକାରେ ବାହୁବଳୀଙ୍କ ଗୋଟିଏ ଝଲକ ଦେଖିବା ପାଇଁ ପହଁଚିଥିଲେ ତାଙ୍କର ଅନେକ ଫ୍ୟାନ୍ ।

୨ ବର୍ଷର ବ୍ୟବଧାନ ପରେ ପ୍ରଭାସ ଫେରୁଛନ୍ତି ଏହି ହାଇ-ଭୋଲ୍ଟେଜ୍ ଆକ୍ସନ୍ ଡ୍ରାମା ସିନେମାକୁ ନେଇ । ରିଲିଜ୍ ହୋଇଥିବା ଟ୍ରେଲରରେ ଦେଖିବାକୁ ମିଳିଛି ଦମଦାର୍ ଆକ୍ସନ୍ । ବଡ ବଡ ବିଲ୍ଡିଂ । କାର୍, ବାଇକ୍ ରେସ୍ ସହ ନାୟକ ନାୟିକାଙ୍କ ଦମଦାର୍ ଆକ୍ସନ୍ ସିକ୍ୱେନ୍ସ ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଫିଲ୍ମରେ ପ୍ରଭାସ ଜଣେ ଅଣ୍ଡର୍ କଭର୍ ଏଜେଂଟ୍ ଭାବେ ନଜର ଆସିବେ ।

ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଜିତ୍ । ପ୍ରଭାସ ଓ ଶ୍ରଦ୍ଧା ବ୍ୟତିତ ବଲିଉଡ ଷ୍ଟାର ନିଲ ନିତିନ ମୁକେଶ,ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ସାଉଥ୍ ଷ୍ଟାର ଅରୁଣ ବିଜୟ ଓ ଲାଲଙ୍କ ପ୍ରମୁଖ ଭୁମିକାରେ ଅଭିନୟ ରହିଛି ଏଥିରେ । ହଲିଉଡର ଜଣାଶୁଣା ଆକ୍ସନ କୋରିଓଗ୍ରାଫର କେନି ୱେଟସ ସାହୋର ଆକ୍ସନ କୋରିଓଗ୍ରାଫି କରିଛନ୍ତି । ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ସିନେମାଟି ଆସନ୍ତା ୩୦ ତାରିଖରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More