Only for Entertainment

ସାମ୍ନାକୁ ଆସିଲା ପ୍ରିୟଙ୍କା ନିକଙ୍କ ହଳଦୀ ସେରମନିର ନୂଆ ଫଟୋ, ଉପଭୋଗ କରୁଥିଲେ ବିଦେଶୀ ବାବୁ ।

aajtak
60

ଗତବର୍ଷ ଡିସେମ୍ବର ମାସରେ ପ୍ରିୟଙ୍କା ଏବଂ ନିକଙ୍କ ବିବାହ ସରିଯାଇଛି । ବିବାହର କିଛି ଦିନ ବିତିବା ପରେ ଦୁଇଜଣଙ୍କର ବିବାହ ବିଧିର କିଛି କିଛି ଫଟୋ ଏବେ ସାମ୍ନାକୁ ଆସୁଛି । ଦୁଇ ଦିନ ପୂର୍ବରୁ ପରିଣୀତି ଶେୟାର କରିଥିବା କିଛି ଫଟୋ ଆମେ ଆପଣଙ୍କୁ ଦେଖାଇଥିଲୁ, ଆଜି ମଧ୍ୟ ସେହିଭଳି କିଛି ଫଟୋ ଆସିଛି ଯେଉଁଥିରେ ପ୍ରିୟଙ୍କା ଏବଂ ନିକ ଖୁବ କ୍ୟୁଟ ଲାଗୁଛନ୍ତି ।

ହଳଦୀ ବିଧିରେ ବିଦେଶୀ ବାବୁ ନିକ ସେହି ମୁହୂର୍ତ୍ତକୁ ଖୁବ ଉପଭୋଗ କରୁଥିବାର ନଜର ଆସିଛନ୍ତି । କାରଣ ଏସବୁ ତାଙ୍କ ପାଇଁ ସଂପୂର୍ଣ୍ଣ ନୂଆ, ଯାହା ସେ କେବେ ମଧ୍ୟ ତାଙ୍କ ଦେଶରେ ଦେଖିନାହାଁନ୍ତି । କାରଣ ଆମ ଦେଶ ଭଳି ତାଙ୍କ ବିବାହ ଏତେ ଆଡ଼ମ୍ବରରେ ହୋଇନଥାଏ ।

ବିବାହର ଖୁସି ଦୁଇଜଣଙ୍କ ମୁହଁରେ ବାରି ହୋଇଯାଉଛି । ଢୋଲ ବଜାଇ ଦୁଇଜଣ ଖୁବ ଡ୍ୟାନ୍ସ ମଧ୍ୟ କରିଛନ୍ତି । ତାଙ୍କ ସାଙ୍ଗରେ ପରିଣୀତି ମଧ୍ୟ ନଜର ଆସିଛନ୍ତି ।

କହିରଖୁଛୁଯେ ପ୍ରିୟଙ୍କା ନିକ ବିବାହର ପ୍ରଥମ ରିସେପସନ ଦିଲ୍ଲୀରେ ଦେଲେ । ଏହି ରିସେପସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିଥିଲେ । ଦ୍ୱିତୀୟ ରିସେପସନ ମୁମ୍ବାଇରେ ଦେଲେ ।

ୱର୍କଫ୍ରଂଟ କଥା ଆଲୋଚନା କରିବା ତ ପ୍ରିୟଙ୍କା ଏହି ବର୍ଷ ଫିଲ୍ମ ‘ ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More