Only for Entertainment

୬୦ଦଶକର ଏହି ଅଭିନେତ୍ରୀ , ଯାହାଙ୍କ ହେୟାର ଷ୍ଟାଇଲକୁ ଲୋକେ କରୁଥିଲେ ନକଲ !

india
32

ବଲିଉଡରେ ଅନେକ ପ୍ରସିଦ୍ଧ ଫିଲ୍ମ ଦେଇଥିବା ଦିଗଜ ଅଭିନେତ୍ରୀ ସାଧନା ଶିବଦାସନୀ ୬୦ଦଶକର ଟପ ଅଭିନେତ୍ରୀ ଥିଲେ । ଅସଲରେ ତାଙ୍କ ସମୟରେ ତାଙ୍କୁ ବରାବର ଟକ୍କର ଦେବା ଲାଗି କୌଣସି ଅଭିନେତ୍ରୀ ନଥିଲେ । ୬୦ଦଶକ ଯେମିତି ସେ ନିଜ ନାଁ କରି ରଖିଥିଲେ । ସେହିସମୟରେ ସାଧନାଙ୍କ କୌଣସି ଷ୍ଟାଇଲ ଟ୍ରେଣ୍ଡ ହୋଇଯାଉଥିଲା । ସେ ହେୟାର ଷ୍ଟାଇଲ ହେଉ କି ପୋଷାକ ।

୨ସେପ୍ଟେମ୍ବରରେ ୧୯୪୧ରେ ଜନ୍ମ ହୋଇଥିବା ସାଧନା ୨୫ଡିସେମ୍ବର ୨୦୧୫ରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକ ଅଟେ । ସାଧନା ପ୍ରଥମ ଏଭଳି ଅଭିନେତ୍ରୀ ଥିଲେ ଯାହାଙ୍କ ନାଁରେ ଏକ ହେୟାର ଷ୍ଟାଇଲ ଆରମ୍ଭ ହୋଇଥିଲା । ଯଦି ଏହି ସୁନ୍ଦର ଅଭିନେତ୍ରୀ ଆଜି ଜୀବିତ ଥାଆନ୍ତେ ନିଶ୍ଚୟ ନିଜର ଜନ୍ମଦିନ ଧୁମଧାମ୍ରେ ପାଳନ କରିଥାଆନ୍ତେ ।

ଏଠାରେ ଆମେ କହି ରଖୁଛୁ ଯେ ସାଧନାଙ୍କ ରାତାରାତି ଷ୍ଟାର ବନାଇଥିଲା ସଶାଧର ମୁଖାର୍ଜୀଙ୍କ ଫିଲ୍ମ ‘ଲବ ଇନ ଶିମଲା’ । ଫ୍ରାନ୍ସ ତାଙ୍କ ହେୟାର ଷ୍ଟାଇଲରୁ ନେଇ ପୋଷାକକୁ ମଧ୍ୟ କପି କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More