ବଲିଉଡ ଅଭିନେତା ସଲମାନ ଖାନ କିଛିଦିନ ହେବ ଫିଲ୍ମ ‘ଦବଙ୍ଗ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସେଟରୁ ସାମ୍ନାକୁ ଆସିଥିବା ଫଟୋ ଏବଂ ଭିଡିଓ ଲଗାତାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ସଲମାନ ନିଜ ଟ୍ୱିଟର ଅକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରି ଯେ ଜଣାଇଛନ୍ତି ଯେ ‘ଦବଙ୍ଗ୩’ ଫିଲ୍ମ ସଙ୍ଗ ହୁଡ ହୁଡ ଦବଙ୍ଗ’ର ସୁଟିଂ ଶେଷ କରିଛନ୍ତି ।
HUD HUD Dabangg song done for #dabangg3…. @arbaazSkhan @PDdancing @Nikhil_Dwivedi pic.twitter.com/lD4oUZEXHA
— Salman Khan (@BeingSalmanKhan) April 5, 2019
ଏଠାରେ ଆମେ କହି ରଖୁଛୁ ଯେ ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ । ସଲମାନଙ୍କ ଏହି ଫ୍ରାଂଚାଇଜରେ ଏହା ତୃତୀୟ ଫିଲ୍ମ ଅଟେ । ଏହି ଫିଲ୍ମର ସଂଗୀତ ସାଜିଦ-ୱାଜିଦ କରିବେ କିନ୍ତୁ ‘ମୁନ୍ନୀ ବଦନାମ’ଭଳି ଆଇଟମ ସଙ୍ଗ ଏହି ଫିଲ୍ମରେ ଏଥର ଦେଖିବାକୁ ମିଳି ନପାରେ । ମେକର୍ସଙ୍କ କହିବା ମୁତାବକ ଏଥର ଫିଲ୍ମର ଷ୍ଟୋରୀ ଲାଇନ ଭିନ୍ନ ରହିଥିବା ଯୋଗୁଁ ଏଥିରେ ଏଭଳି କିଛି ଦେଖିବାକୁ ମିଳିବ ନାହିଁ । ଏହି ଫିଲ୍ମର ସୁଟିଂ ୪ମାସରେ ପୁରା ହୋଇଯିବ ,ଅର୍ଥାତ ଅପ୍ରେଲରୁ ନେଇ ଅଗଷ୍ଟ ମାସ ପର୍ଯ୍ୟନ୍ତ ଫିଲ୍ମର ସୁଟିଂ ପୁରା ହୋଇଯିବ ।