Only for Entertainment

କେରଳ ବନ୍ୟା ପୀଡିତ ଲୋକଙ୍କୁ ସଲମାନ ଖାନ ଦାନ କଲେ ସବୁଠାରୁ ଅଧିକ ଟଙ୍କା, ବିଗବି ଏବଂ ଶାହରୁଖ ରହିଗଲେ ପଛରେ !

amarujala
0 84

କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ପୂରା ଦେଶ ଲାଗି ପଡିଛି । ସମସ୍ତେ ଏହି ସାହାଯ୍ୟ ପାଇଁ ବନ୍ୟା ପ୍ରପୀଡିତ ଅଂଚଳକୁ ରିଲିଫ ଫଣ୍ଡରେ ଦାନ କରିବାରେ ଲାଗିଛନ୍ତି । ଏହାପରେ ସାହାଯ୍ୟର ଭିକ୍ଷା ମଧ୍ୟ ମାଗୁଛନ୍ତି । ବଲିଉଡର ଅନେକ ଦିଗଜ କଳାକାର କେରଳ ବାସୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ସେହିଭଳି ଏବେ ଏବେ ଖବର ଶୁଣିବାକୁ ମିଳିଛି ଯେ ସଲମାନ ମଧ୍ୟ ବନ୍ୟା ପାଇଁ କେରଳକୁ ହୃଦୟ ଖୋଲା ଦାନ କରିଛନ୍ତି । ଏହାର ସୂଚନା ସଲମାନଙ୍କ ବନ୍ଧୁ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।

ସଲମାନ ତାଙ୍କର ଉଦାରତା କାରଣରୁ ପରିଚିତ । ଅନେକ ଥର ଲୋକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ମାତ୍ର ଏହା ଲୋକଙ୍କ ସହ ଶେୟାର କରିବା ପାଇଁ ସବୁବେଳେ ପଛାନ୍ତି ।

ଏହା ମଧ୍ୟରେ ଜାବେଦ ଜାଫରୀ ସୋସିଆଲ ମିଡିଆରେ ସଲମାନ ଖାନ କେରଳ ବନ୍ୟା ପୀଡିତ ଲୋକଙ୍କୁ ଦାନ କରିଥିବା ଖବର ଦେଇଛନ୍ତି । ଜାବେଦ ଜାଫରୀ ଟ୍ୱିଟ ମାଧ୍ୟମରେ ସଲମାନ ୧୨କୋଟି ଦେଇଥିବା କହିଛନ୍ତି । ଏଠାରେ ସେ ଲେଖିଛନ୍ତି ଯେ ଏହି ମଣିଷ ସତରେ କିଛି ଭିନ୍ନ ଅଟେ । ଅନେକ ଲୋକଙ୍କ ଆର୍ଶୀବାଦ ନେଇ ଚାଲିଛି । ଭଗବାନ ତାଙ୍କୁ ଭଲରେ ରଖନ୍ତୁ । ବଲିଉଡ ଜଗତରେ ସବୁଠାରୁ ଅଧିକ ଟଙ୍କା ଦାନ କରିଛନ୍ତି ଏହି ଅଭିନେତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More