Only for Entertainment

ଇମୋସନାଲ ହେଲେ ସଲମାନ ଖାନ, ସ୍ପେଶାଲ ଛୁଆଙ୍କୁ ଦେଖି ରଖିପାରିଲେନି ଲୁହ ।

ndtv
0 27

ସୁପରଷ୍ଟାର ସଲମାନ ଖାନ ଏବେ ‘ବିଗ ବସ-୧୨’ କୁ ହୋଷ୍ଟ କରିବା ସହିତ ଛୋଟ ପରଦାରେ ଛାଇ ରହିଛନ୍ତି । ଏହା ସହିତ ସେ ଫିଲ୍ମ ‘ଭାରତ’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି । ହୋ କହିବା ଭୁଲ ନୁହେଁ ଯେ ସଲମାନ ଖାନ ଇଣ୍ଡଷ୍ଟ୍ରୀର ସବୁଠାରୁ ବିଜି ଅଭିନେତା । କିନ୍ତୁ ଯେବେ ସମାଜ ପାଇଁ କିଛି କରିବା କଥା ଆସେ ସଲମାନ ଯେମିତି ହେଲେ ବି ସମୟ ବାହାର କରିଦିଅନ୍ତି । ଇତି ମଧ୍ୟରେ ସଲମାନଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଲମାନଙ୍କୁ ଇମୋସନାଲ ହେଉଥିବାର ଦେଖିବାକୁ ମିଳିଛି ।

ଖବର ଅନୁସାରେ ମଙ୍ଗଳବାର ଜୟପୁରରେ ଥିବା ଉମଙ୍ଗର ଥିବା ଏକ ସଂସ୍ଥାରେ ପହଂଚିଥିଲେ ସଲମାନ । ସେଠାରେ ସେ ଦିବ୍ୟାଙ୍ଗ ପିଲାଙ୍କ ସହିତ ସମୟ ବିତାଇବା ସମୟରେ ନିଜକୁ ରୋକିପାରିନଥିଲେ ସଲମାନ ଏବଂ କାନ୍ଦି ପକାଇଥିଲେ । ସେଠାରେ ପହଂଚିବା ପରେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ’ଣ ସବୁ ସୁବିଧା, ଅସୁବିଧା ରହିଛି ସେ ସମ୍ପର୍କରେ ପଚାରି ବୁଝିବା ସହିତ ଦିବ୍ୟାଙ୍ଗ ଶିଶୁଙ୍କ ସହିତ କେକ କାଟି ଫଟୋ ଉଠାଇଥିଲେ । ଏହି ସମୟରେ ଇମୋଶନାଲ ହେଇଯାଇଥିଲେ ସଲମାନ ଏବଂ କାନ୍ଦି ପକାଇଥିଲେ ।

 

ଲୁହ ପୋଛୁଥିବା ସମୟରେ ଭିଡିଓକୁ ସଲମାନ ଖାନ ଫ୍ୟାନ କ୍ଳବ ପକ୍ଷରୁ ସେୟାର କରାଯାଇଛି ଏଥିସହ ସେଠାରେ ସମୟ ବିତାଇଥିବା ସମସ୍ତ ଭିଡିଓ ଏବଂ ଫଟୋ ଗୁଡିକୁ ସେୟାରେ କରାଯାଇଛି । ନିଜର ବ୍ୟସ୍ତ ବହୁଳ ଜୀବନରୁ ସବୁେବେଳ ସଲମାନଙ୍କୁ ସୋସିଆଲ ୱାର୍କ କରୁଥିବା ଦେଖିବାକୁ ମିଳେ ।

 

View this post on Instagram

 

A post shared by Bina Kak (@kakbina) on

 

View this post on Instagram

 

My boys ..Dudes ..Good people .Humble people ..Committed people

A post shared by Bina Kak (@kakbina) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More