Only for Entertainment

୫୦୦ ଟଙ୍କାରେ ଟି- ସର୍ଟ ପିନ୍ଧୁଛନ୍ତି ସଲମାନ, କ୍ୟାଟ୍ରିନା ଦେଇଥିବା ବେଲ୍ଟକୁ ନେଇ ସଲମାନଙ୍କ ଖୁଲାସା ।

bollywood tadka
38

ବଲିଉଡର ଅଧିକାଂଶ ଷ୍ଟାର୍ସଙ୍କୁ ଦେଖିଥିବେ ଯେଉଁମାନେ ଥରେ ପିନ୍ଧିଥିବା ଏକ ଡ୍ରେସକୁ ଦ୍ୱିତୀୟ ଥର ପିନ୍ଧନ୍ତି ନାହିଁ । କିନ୍ତୁ ଏହି କଥାରେ ଭାଇଜାନଙ୍କୁ କୌଣସି ଫରକ ପଡ଼େ ନାହିଁ ।

ସଲମାନଙ୍କ ଫ୍ୟାନ ଫଲୋଇଙ୍ଗ ଯଥେଷ୍ଟ ଅଧିକ । ୫୩ ବର୍ଷରେ ମଧ୍ୟ ତାଙ୍କୁ ଷ୍ଟାଇଲ ଆଇକନ ଭାବରେ ଗ୍ରହଣ କରାଯାଏ । କୌଣସି ଇଭେଂଟ ହେଉ ବା ଫଙ୍କସନ ସଲମାନ ପ୍ରାୟ ଜିନ୍ସ ଏବଂ ଟି ସର୍ଟରେ ନଜର ଆସନ୍ତି । ନିକଟର ଫିଲ୍ମ ଭାରତର ପ୍ରିମିୟରରେ ସଲମାନ କଳା ରଙ୍ଗର ଜ୍ୟାକେଟ ଏବଂ ଜିନ୍ସରେ ବେଶ କୁଲ ଲାଗୁଥିଲେ । ଯେତେବେଳେ ଏହି ସମୟରେ ତାଙ୍କୁ ଷ୍ଟାଇଲ ବିଷୟରେ ପ୍ରଶ୍ନ କରାଗଲା ସେ କହିଲେଯେ ମୁଁ କେତେକ ଆର୍ଟିକଲ ଦେଖିଛି ଯେଉଁଥିରେ ହିରୋଇନଙ୍କ ଫଟୋରେ ସର୍କଲ କରି ଲେଖା ଯାଇଥାଏ ସେ ଏହି ଡ୍ରେସକୁ ସେହି ଇଭେଂଟରେ ପିନ୍ଧିଥିଲା ଏବଂ ପୁଣିଥରେ ପିନ୍ଧିଛି । ଯଦି ଆପଣ ଏ ସବୁ ମୋ ସହିତ କରିବେ ତେବେ ଆପଣଙ୍କୁ ପ୍ରତ୍ୟେକ ସ୍ଥାନରେ କରିବାକୁ ପଡ଼ିବ । କାରଣ ମୁଁ ଆଜି ମଧ୍ୟ ସେହି ଜୋତା ପିନ୍ଧୁଛି ଯାହା ୫ ବର୍ଷ ପୂର୍ବେ ପିନ୍ଧୁଥିଲି । ଗୋଟିଏ ରଙ୍ଗର ଜିନ୍ସ ଏବଂ ଟି ସର୍ଟ ବର୍ଷ ବର୍ଷ ଧରି ପିନ୍ଧୁଛି । ମୋର ୫୦୦ ଟଙ୍କାର ଟି ସର୍ଟ ବର୍ଷ ବର୍ଷ ଧରି ଚାଲେ । କ୍ୟାଟ୍ରିନା ଏକ ବେଲ୍ଟ ଦେଇଥିଲା ମୁଁ ଆଜି ମଧ୍ୟ ପିନ୍ଧୁଛି । ବ୍ରେସଲେଟ ବିଷୟରେ ତ ଆପଣ ସମସ୍ତେ ଜାଣନ୍ତି । ଯୁବକ ମାନଙ୍କୁ ଯାହାଙ୍କୁ ମୋ ଷ୍ଟାଇଲ ପସନ୍ଦ ସେମାନେ ମୋତେ କପି କରି ଟଙ୍କା ବଂଚାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More