Only for Entertainment

ବ୍ୟକ୍ତି ଜଣଙ୍କୁ ସାହାଯ୍ୟ କରି ଘୋଡା ଜିତିଲା ସମସ୍ତଙ୍କ ହୃଦୟ, ଭିଡିଓ ହେଲା ଭାଇରାଲ

290

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ସେଥିରୁ କିଛି ଭିଡିଓ ଭାଇରାଲ ହେବା ସହ ମନ ଜିତି ନିଏ । ନିକଟରେ ସେହିଭଳି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଘୋଡାର ବୁଦ୍ଧିକୁ ଆପଣ ପ୍ରଶଂସା ନ କରି ରହି ପାରିବେନି ।

ଭିଡିଓରେ ଆପଣ ଦେଖି ପାରୁଥିବେ ଯେ କିପରି ହୁଇଲ୍ ଚେୟାରରେ ବସି ଥିବା ଲୋକ ଅଚାନକ ରାସ୍ତାରେ ଯାଉ ଯାଉ ପଡି ଯାଇଛନ୍ତି । ତାପରେ ଦେଖି ପାରୁଥିବେ ଘୋଡାର ଚତୁରତା । ଏହି ଭିଡିଓକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ବିଟର ଆକାଉଂଟରେ ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ ‘ପଶୁମାନେ ମଧ୍ୟ ଦୟାଳୁ ହୋଇଥାନ୍ତି ।’

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More