Only for Entertainment

ମଲାଇକାଙ୍କ ଠାରୁ ଫିଟନେସ ଟିପ୍ସ ନେଉଛନ୍ତି ସାରା, ୱାର୍କଆଉଟ ଭିଡିଓ ଭାଇରାଲ !

latestly
44

ମଲାଇକା ଅରୋରା ନଜ ଫିଟନେସ ପାଇଁ ପରିଚିତ । ୪୫ବର୍ଷ ବୟସରେ ମଧ୍ୟ ସେ ଏଭଳି ଫିଟ ରଖିଛନ୍ତି ଯେ ବୟସ ତାଙ୍କ ପାଖରେ ଲୁଚି ଯାଉଛି । ତାଙ୍କୁ ଅନେକ ଆଇଡଲ ମାନନ୍ତି । ଲାଗୁଛି ନୁଆ କରି ଆସିଥିବା ସାରା ଅଲ୍ଲୀ ଖାନ ମଲାଇକା ଠାରୁ ପ୍ରେରିତ ହେଉଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଦୁହିଁଙ୍କୁ ଏକ୍ସରସାଇଜ କରୁଥିବାର ଦେଖିବାକୁ ମିଳିଛି ।

ଜିମ ଟ୍ରେନର ନମ୍ରତା ପୁରୋହିତ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଦେଖନ୍ତୁ ଭିଡିଓ-


ମଲାଇକା ଏବଂ ସାରାଙ୍କ ଏହି ୱାର୍କଆଉଟ ଫ୍ୟାନ୍ସଙ୍କୁ ପ୍ରେରଣା ଦେଉଛି । ସାରା ଯେତେବେଳେ କଲୋମ୍ବିଆ ୟୁନିଭର୍ସିଟିରେ ପଢୁଥିଲେ ତାଙ୍କର ଓଜନ ଥିଲା ୯୬କେଜି । ସାରା ପଲିସିସ୍ଟିକ ଓବରୀ ସିଣ୍ଡ୍ରୋମ ଭଳି ରୋଗରେ ପୀଡିତ ଥିଲେ । କିନ୍ତୁ ଏହି ଅଭିନେତ୍ରୀ ଡାଏଟ ଚାର୍ଟ ଫଲୋ କରି ଫିଟ ହୋଇଗଲେ । ଓଜନ ହ୍ରାସ କଲାପରେ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ସାରା ଏବେ ମଧ୍ୟ ୱାର୍କଆଉଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More