ବଲିଉଡ ଅଭିନେତା ଶାହରୁଖ ଖାନ, ଅନୁଷ୍କା ଶର୍ମା ଏବଂ କ୍ୟଟ୍ରିନା କୈଫଙ୍କ ଫିଲ୍ମ ‘ଜିରୋ’ କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଇତି ମଧ୍ୟରେ ଜିରୋର ପ୍ରଥମ ଗୀତ ‘ମେରେ ନାମ ତୁ’କୁ ରିଲିଜ କରାଯାଇଛି । ଏହା ଏକ ସୁନ୍ଦର ରୋମାଣ୍ଟିକ ସଙ୍ଗ ଯାହାକୁ ସୈରାଟର ମ୍ୟୁଜିକ ନିର୍ଦ୍ଦେଶକ ଅଜୟ-ଅତୁଲ ନିର୍ଦ୍ଦେଶନା ଦେଇଛନ୍ତି । ଗୀତ ସହିତ ଏହାର ମ୍ୟୁଜିକ ଏବଂ ଭିଜୁଆଲ୍ସ ଗୀତକୁ ଆହୁରି ଆକର୍ଷଣୀୟ କରିଛି । ଏହି ଗୀତକୁ ଗାଇଛନ୍ତି ଅଭୟ ଯୋଧପୁରକର ଏବଂ ଏହି ଗୀତର ଲିରିକ୍ସ ଲେଖିଛନ୍ତି ଇର୍ଶାଦ କାମଲି । ୨ ମିନିଟର ଏହି ଭିଡିଓ ସଙ୍ଗକୁ ଏପର୍ଯ୍ୟନ୍ତ ୪ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି ।
ଏହି ଗୀତରେ ଶାହରୁଖ ଏବଂ ଅନୁଷ୍କାଙ୍କ ମଧ୍ୟରେ ସ ୁନ୍ଦର କେମେଷ୍ଟ୍ରୀ ଦେଖିବାକୁ ମିଳିଛି । କହିରଖୁଛୁ ଯେ, ଫିଲ୍ମରେ ଶାହରୁଖ ବଉଆ ଚରିତ୍ରରେ ନଜର ଆସିବେ । ସେହିପରି ଅନୁଷ୍କାଙ୍କୁ ଫିଲ୍ମରେ ଏକ ଚ୍ୟାଲେଞ୍ଜିଂ ରୋଲରେ ଦେଖିବାକୁ ମିଳିବ । କ୍ୟାଟ୍ରିନା ଫିଲ୍ମରେ ଏକ ସୁପରଷ୍ଟାର ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।