Only for Entertainment

ଅଭିନେତ୍ରୀ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଶାହରୁଖଙ୍କ ଲାଡଲି ।

theindependentbd
11

ସୁପର୍‌ଷ୍ଟାର୍‌ ଶାହାରୁଖଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ଜିରୋ’ର କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓଗୁଡ଼ିକ ଭିତରୁ ଏକ ମଜାଦାର୍‌ ଭିଡିଓ ବି ଦେଖିବାକୁ ମିଳିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟଙ୍କ ସମୋସା ପ୍ରୀତି। ନିର୍ଦ୍ଦେଶକ ଆନନ୍ଦ ସମୋସା ଖାଉଥିବା ସମୟରେ ଏହି ଭିଡିଓଟିରେ ତାଙ୍କ ନିକଟ ଶାହାରୁଖଙ୍କ ଝିଅ ସୁହାନା ବି ବାପାଙ୍କ ସହ ନଜର ଆସିଛନ୍ତି।

suhana khan

ଜାଣିବାକୁ ମିଳିଛି ଯେ ଆଗକୁ ଜଣେ ଦକ୍ଷ ଅଭିନେତ୍ରୀ ହେବା ପାଇଁ ସୁହାନା ଏବେଠାରୁ ହିଁ ପ୍ରସ୍ତୁତ ଆରମ୍ଭ କରି ଦେଲେଣି। ଏଥିପାଇଁ ସେ ଶାହାରୁଖଙ୍କ ଚଳଚ୍ଚିତ୍ର ସୁଟିଂ ସମୟରେ ସେଠାରେ ଉପସ୍ଥିତ ରହି ଅଭିନୟ କୌଶଳ ଶିକ୍ଷା ଲାଭ କରୁଛନ୍ତି।

ସୁହାନାଙ୍କ ସଂପର୍କରେ ନିର୍ଦ୍ଦେଶକ ଆନନ୍ଦ କହନ୍ତି, ‘ସେ ଖୁବ୍‌ ପରିଶ୍ରମୀ। ତାଙ୍କ ଭିତରେ ଖାନ୍‌ ସାହେବଙ୍କ ରକ୍ତ ପ୍ରବାହିତ ହେଉଛି । ଖାନ ସାବେହଙ୍କର ଅନେକ ଗୁଣ ତାଙ୍କ ଭିତରେ ଭର୍ତ୍ତି ହୋଇ ରହିଛି। ସେ ସବୁବେଳେ କିଛି ନା କିଛି ଶିଖିବାକୁ ଚାହାନ୍ତି। ତାଙ୍କ ଭିତରେ ବହୁ ଉତ୍ସୁକତା ରହିଛି। ଅଭିନୟ ଦୁନିଆକୁ ନେଇ ସେ ଜିଜ୍ଞାସୁ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More