Only for Entertainment

ନିଜ ନାଁରେ ନୂଆ ଯୋଗ ଆପ ଲଞ୍ଚ୍‍ କଲେ ଶିଳ୍ପା ସେଟ୍ଟୀ

YourStory
46

ଆଗକୁ ଆସୁଛି ଆନ୍ତର୍ଜାତିୟ ଯୋଗ ଦିବସ । ଏହି ଯୋଗ ଦିବସକୁ ଆଖି ଆଗରେ ରଖି ଯୋଗ କୁଇନ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୁଇ ପାଦ ଆଗକୁ ବଢିଛନ୍ତି । ଶିଳ୍ପା ଏବେ ଏକ ଯୋଗ ଆପ ଲଞ୍ଚ କରିଛନ୍ତି । ସେ ଏହି ଆପର ନାଁ ରଖିଛନ୍ତି ଶିଳ୍ପା ସେଟ୍ଟୀ ୟୋଗା । ଏହାକୁ ଲଞ୍ଚ କରିବାର ଅର୍ଥ ହେଉଛି । ଯେଉଁ ଲୋକମାନେ ଯୋଗ କରିପାରୁନାହାଁନ୍ତି ଓ ଯେଉଁମାନଙ୍କୁ ଏହା କରିବାରେ ଅସୁବିଧା ହେଉଛି । ସେହିମାନେ ଏହି ଆପ ମାଧ୍ୟମରେ ତାଙ୍କ ଦୈନନ୍ଦିନ ଜୀବନକୁ ଯୋଗର ଅଂଶ ବିଶେଷ କରି ପାରିବେ ।

shilpa

ଶିଳ୍ପାଙ୍କ ମତରେ ଯୋଗ ମେଡିଟେସନ ଆମ ଦିନଚର୍ଯ୍ୟାର ଅଂଶ ବିଶେଷ ହେବା ଦରକାର । କେବଳ ଯୋଗ ଦିବସରେ ଯୋଗ ନ କରି ପ୍ରତିଦିନ ନିଜ ପାଇଁ ମାତ୍ର ଅତି କମରେ ୧୦ ମିନିଟ ଯୋଗ କଲେ ଓ ଏହା ସହିତ ପ୍ରତିଦିନ କିଛି ସମୟ ପ୍ରାଣାୟମ କଲେ ଆମେ ସୁସ୍ଥ ଓ ନିରୋଗ ରହିପାରିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More