Only for Entertainment

ପୁଣିଥରେ ସ୍କ୍ରିନ ସେୟାର କରିବେ ସିଦ୍ଧାର୍ଥ ଏବଂ ପରିଣୀତି , ‘ଜବରିୟା ଯୋଡି’ରେ ଆସିବେ ନଜର ।

zee news
0 58

ଫିଲ୍ମ ହସି ତୋ ଫସିର ଦୁଇ ବର୍ଷ ପରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ପୁଣିଥରେ ସ୍କ୍ରିନ ସେୟାର କରିବେ । ଦୁହେଁ ନିର୍ଦ୍ଦେଶକ ପ୍ରଶାନ୍ତ ସିଂଙ୍କ ଆଗାମୀ ଫିଲ୍ମ ଜବରିୟା ଯୋଡିରେ ନଜର ଆସିବେ । ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ପୋଷ୍ଟରେ ଦୁହେଁ ପରସ୍ପରକୁ ଦେଖି ସେଲ୍ଫି ଉଠାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଦୁହେଁ ରୋମାଣ୍ଟିକ ପୋଜରେ ନଜର ଆସିଥିବା ବେଳେ ବର ବେହୋସ ହୋଇ ପଡିଥିବାର ନଜର ଆସିଛି ।


ଖବର ଅନୁସାରେ ଏହି ଫିଲ୍ମ ବରକୁ କିଡନାପ କରିବା କନସେପ୍ଟରେ ନିର୍ମାଣ ହେଉଛି । ଦୁହେଁ ପୋଷ୍ଟରରେ ଭିନ୍ନ ଲୁକରେ ନଜର ଆସିଛନ୍ତି । ସେହିପରି ଅନ୍ୟ ଏକ ପୋଷ୍ଟରେ ଦୁହେଁ ବଜାରରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ।

ଏହି ଫିଲ୍ମର ଟାଇଟଲକୁ ତିନିରୁ ଚାରି ଥର ବଦଳାଇବା ପରେ ପ୍ରଯୋଜିକା ଏକତା କପୁରଙ୍କୁ ପସନ୍ଦ ଆସିଛି ‘ଜବରିୟା ଯୋଡି’ । ଏହାର ନାମକରଣ କରିଛନ୍ତି ଫିଲ୍ମର ନାୟକ ସିଦ୍ଧାର୍ଥ । ପୂର୍ବରୁ ଏହାର ଟାଇଟଲ ‘ଶଟଗନ ସାଦି’ ରଖାଯାଇଥିଲା । ହେଲେ ଏକତାଙ୍କୁ ପସନ୍ଦ ଆସୁନଥିଲା । ତାଙ୍କ ମନ ଜାଣି ସିଦ୍ଧାର୍ଥ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ପରେ ଏହି ଟାଇଟଲ ଏକତାଙ୍କୁ ପସନ୍ଦ ଆସିଛି । ଉତ୍ତର ପ୍ରଦେଶରେ ଫିଲ୍ମର ପ୍ରଥମ ଭାଗର ସୁଟିଂ ଚାଲିଛି ବୋଲି ଜଣା ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More