Only for Entertainment

ରିଲିଜ ହେଲା ‘ଦ ଜୋୟା ଫ୍ୟାକ୍ଟର’ର ଟ୍ରେଲର, ସୋନମ କପୁରଙ୍କ ପାଇଁ ଲକି ପ୍ରମାଣିତ ହେବ କି ଏହି ଫିଲ୍ମ ?

latestly
33

ଅଭିନେତ୍ରୀ ସୋନମ କପୁରଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ କିଛି ଦିନରୁ ଚର୍ଚ୍ଚା ଲାଗି ରହିଛି । ଫିଲ୍ମର ପୋଷ୍ଟର ଏବଂ ଭିଡିଓ କ୍ଲିପ୍ସ ଲୋକଙ୍କୁ ଏଣ୍ଟରଟେନ କରୁଥିବା ବେଳେ ଏବେ ମେକର୍ସ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ।

ଫିଲ୍ମ ଦ ଜୋୟା ଫ୍ୟାକ୍ଟରରେ ଜୋୟା ଚରିତ୍ର ସୋନମ କପୁର ନଜର ଆସିଛନ୍ତି । ଯେ ନିଜକୁ ସବୁବେଳେ ଅଶୁଭ ମାନିଥାନ୍ତି । କିନ୍ତୁ ଇଣ୍ଡିଆନ କ୍ରିକେଟ ଟିମ ପାଇଁ ସେ ଖୁବ ଲକି ପ୍ରମାଣିତ ହୁଅନ୍ତି । ତାଙ୍କ ଉପସ୍ଥିତିରେ ଇଣ୍ଡିଆ କୌଣସି ମ୍ୟାଚ ହାରେ ନାହିଁ । ଏହା ପରେ ଜୋୟା ପୂରା ଦେଶରେ ପୂଜା ପାଆନ୍ତି । କିନ୍ତୁ ଏତେ ଲୋକପ୍ରିୟତା ତାଙ୍କୁ ଅସୁବିଧାରେ ମଧ୍ୟ ପାକାଇଥାଏ । ୨ ମିନିଟ ୪୭ ସେକେଣ୍ଡର ଏହି ଟ୍ରେଲରରେ ଅନେକ ସିନ ରହିଛି ଯାହା ଖୁବ ଇଣ୍ଟେରେଷ୍ଟ୍ରିଂ ରହିଛି ।

ଆପଣଙ୍କୁ କହିରଖୁଛୁ ଯେ, ସୋନମଙ୍କ ଏହି ଫିଲ୍ମ ଅନୁଜା ଚୌହାନଙ୍କ ବୁକ ‘ଦ ଜୋୟା ଫ୍ୟାକ୍ଟର’ ଉପରେ ଆଧାରିତ । ଫିଲ୍ମରେ ସୋନମଙ୍କ ଅପୋଜିଟରେ ଦଲକିର ସଲମାନ ନଜର ଆସିବେ । ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦ ସେପ୍ଟେମ୍ବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More