Only for Entertainment

ଏକାଠି ଆସିପାରନ୍ତି ସଲମାନ-ଶାହାରୁଖ

Ballywood Mantra
0 27

ସଲମାନଙ୍କ ସହିତ ବ୍ୟାକ ଟୁ ବ୍ୟାକ ଦୁଇଟି ବ୍ଲକବଷ୍ଟର ଫିଲ୍ମ ଦେବାପରେ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ବଲିଉଡର ଦୁଇ ବଡ ଖାନଙ୍କ ସହିତ ଫିଲ୍ମ କରିବାକୁ ଯାଉଛନ୍ତି । କଥାଟା ଶୁଣି ଆଶ୍ଟର୍ଯ୍ୟ ହୋଇଗଲେ କି ? ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପୁରା ଘଟଣା । ‘ଟାଇଗର ଜିନ୍ଦା ହୈ’ର ସଫଳତା ପରେ ଅଲ୍ଲୀ ଆବାସ କହିଛନ୍ତି, ସେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ କମେଡି ଫିଲ୍ମ କରିବାକୁ ଚାହାଁନ୍ତି । ତାଙ୍କ ମତରେ ଏଥିପାଇଁ ସ୍କ୍ରିପ୍ଟ ଭଲ ହୋଇଥିବା ଜରୁରୀ । ଏବେ ଏବେ ଟାଇଗର ଜିନ୍ଦା ହୈ ୩୫୦ କୋଟିରେ ସାମିଲ ହୋଇଛି । ଅଲ୍ଲୀ ଆବାସଙ୍କର ସଲମାନ ଖାନଙ୍କ ସହିତ ଏହା ଥିଲା ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ସେ ସଲମାନଙ୍କୁ ‘ସୁଲତାନ’ରେ ନିର୍ଦ୍ଦେଶନା ଦେଇଥିଲେ ।

ଏକ ଇଣ୍ଟରଭ୍ୟୁରେ ଶାହାରୁଖ ଖାନଙ୍କ ସହିତ କ’ଣ ପାଇଁ ଫିଲ୍ମ କରୁନାହାଁନ୍ତି ବୋଲି ପଚାରିବାରୁ ଆବାସ କହିଥିଲେ , ସେ ସଲମାନ ଏବଂ ଶାହାରୁଖ ଖାନଙ୍କୁ ଏକାଠି ନେଇ ଏକ କମେଡି ଫିଲ୍ମ କରିବାକୁ ଚାହାଁନ୍ତି । କିନ୍ତୁ ସେଥିପାଇଁ ଭଲ ସ୍କ୍ରିପ୍ଟର ଆବଶ୍ୟକତା ରହିଛି । ଏହି ସମୟରେ ସେ ଦୁଇ କଳାକାରଙ୍କର ଖୁବ ପ୍ରଶଂସା କରିବା ସହିତ ସେ କହିଥିଲେ , ସଲମାନ ଓ ଶାହାରୁଖଙ୍କ ମଧ୍ୟରେ ଭଲ ତାଳମେଳ ରହିଛି । ଦୁହେଁ ପୂର୍ବରୁ ଏକାଠି କାମ କରିସାରିଛନ୍ତି । ତେଣୁ ସେମାନଙ୍କ ସହିତ କାମ କରିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏବେ ଦୁଇ କଳାକାର ସେମାନଙ୍କ ପ୍ରୋଜେକ୍ଟକୁ ନେଇ ଖୁବ ବ୍ୟସ୍ତ । ସଲମାନ ‘ରେସ-୩’ର ସୁଟିଂ ରେ ବ୍ୟସ୍ତ ଥିବା ବେଳେ ଶାହାରୁଖ ତାଙ୍କ ଅପକମିଂ ଫିଲ୍ମ ‘ଜିରୋ’କୁ ନେଇ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More